ମାଲକାନଗିରିରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର: ୫୦୦ ଲୋକଙ୍କୁ ସ୍ଥାନାନ୍ତର
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର। ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ।
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର। ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି।

ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ନୂଆ ମୋଟୁ ଅଞ୍ଚଳର ୬ରୁ ୭ ଗାଁ ପାଣି ଘେରରେ ରହିଛି । ସେଠାକାର ଲୋକଙ୍କୁ ଦେଶୀ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।
ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାର ମୋଟୁ ଅଞ୍ଚଳରେ ପହଞ୍ଚିଛନ୍ତି । ମୋଟୁ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ଗତକାଲି ରାତିରେ ବନ୍ୟା ଆଶ୍ରୟ ସ୍ଥଳିରେ ସ୍ଥାନାନ୍ତର କରାଯାଇଛି । ବନ୍ୟାର ଭୟାବହକୁ ଦେଖି ସେବା ଆଶ୍ରମର ଛାତ୍ର ଛାତ୍ରୀମାନଙ୍କୁ ଏମଭି ୮୮ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ମୋଟୁରେ ରେଡ୍ ଆଲର୍ଟ ଘୋଷଣା କରାଯାଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।












Click it and Unblock the Notifications