କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
Odisha News: କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୫ ଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ । କୋଣର୍କ ପରିସର ଆଇଓସିଏଲ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ ଜୟଙ୍କର ।

ସୂର୍ଯ୍ୟମନ୍ଦିର ପରିଦର୍ଶନ କୱେ କେନ୍ଦ୍ରମନ୍ତ୍ରୀ ଏହା ପରେ ବୈଦେଶିକ ମନ୍ତ୍ରୀ ପୁରୀ ଗସ୍ତରେ ଯିବେ । କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଗସ୍ତକୁ ନଜରରେ ରଖି ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନେ କୋଣାର୍କ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏସ୍, ଜୟଶଙ୍କର । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।












Click it and Unblock the Notifications