ବଢ଼ିଲା କାର୍ଯ୍ୟକାଳ, ଆହୁରି ୬ ମାସ କାମ କରିବେ ପ୍ରଦୀପ
ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ । ସର୍ଭିସ ପିରିୟଡ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି । ୬ ମାସ ପର୍ଯ୍ୟନ୍ତ ବଢ଼ିବ ଅବଧି । ଫେବ୍ରୁଆରୀ ୨୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା । ଡିସେମ୍ବର ୩୧ରେ ଅବସର ନେଇଥାନ୍ତେ ପ୍ରଦୀପ କୁମାର ଜେନା ।
୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରଦୀପଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଗୁରୁ ଦାୟିତ୍ୱ । ତାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦିଆଯାଇଛି । ମାର୍ଚ୍ଚ ୧ ତାରିଖରେ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ । ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା ।

ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ୟ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । ସେହିପରି କୋଭିଡ୍ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଗୁରୁଦାୟିତ୍ବ ତୁଲାଇଥିଲେ ।












Click it and Unblock the Notifications