ସାଂସଦଙ୍କ ବିସ୍ଫୋରକ ବୟାନ; କହିଲେ ଦୀପାଳିଙ୍କ ଉପରେ ଚାପ ପକାଉଛି ବିଜେଡି
ସାଂସଦଙ୍କ ବିସ୍ଫୋରକ ବୟାନ । କହିଲେ ଦୀପାଳିଙ୍କ ଉପରେ ଚାପ ପକାଉଛି ବିଜେଡି । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି । ଏପରି ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ । CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ ।

ଖାଲି ଏତିକି ନୁହେଁ ବରଂ ଯଦି ପ୍ରକୃତରେ ନବ ଦାସଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ । ଯେବେ ବି ଦୀପାଳି କିଛି ଷ୍ଟେଟମେଣ୍ଟ ଦେଉଛନ୍ତି ବିଜେଡି ନେତାମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ବିଜେଡି ନବଙ୍କ ପରିବାର ଉପରେ ଭାରି ହୋଇ ପଡ଼ିଛି । ନୂଆ ସରକାର ସେଥିପାଇଁ କ୍ରାଇମବ୍ରାଞ୍ଚ ଜରିଆରେ ନବ ପରିବାରଙ୍କୁ ତଦନ୍ତ ନେଇ ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ଦେବାକୁ କହିଛନ୍ତି । ପୁର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଶାହୀନ କରି ଫାଇଲ କ୍ଲୋଜ କରି ରଖିଛି । ନବଙ୍କ ପରିବାର ଯଦି କିଛି ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ନଦେବେ ନବଙ୍କ ଫାଇଲ କ୍ଲୋଜ ହୋଇ ଯାଇପାରେ । ତେଣୁ ନବଙ୍କ ପରିବାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାନ୍ତୁ ବୋଲି ପ୍ରଦୀପ କହିଛନ୍ତି ।












Click it and Unblock the Notifications