ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ; କହିଲେ ଆମ ଦଳ ସହ ସମ୍ପର୍କରେ ଅଛନ୍ତି ବିଜେଡିର ୨୭ ବିଧାୟକ
ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ଜଣ ବିଧାୟକ ଯୋଗାଯୋଗରେ ଅଛନ୍ତି। ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି। ୨୭ ଜଣ ବିଧାୟକ ଆମ ମିଶିଲେ ବିଜେପି ସେମାନଙ୍କୁ ସ୍ୱାଗତ କରିବ। କିଛି ବଡ଼ ପଦବି ବି ଦିଆଯାଇପାରେ। କଣ ଦାୟିତ୍ୱ ଦିଆଯିବ, ଦଳର ନେତୃତ୍ୱ ନିଷ୍ପତ୍ତି ନେବେ।

ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ବିଜେଡି ଏବେ ବିଗ ଜିରୋ। ତେଣୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ବିଜେଡିର ଆଉ ଭବିଷ୍ୟତ ନାହିଁ। ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ। ମୁନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି ବିଜେପି ରାଷ୍ଟ୍ରୀୟ ଦଳ ବୋଲି। କେହି ବିଜେପି ଛାଡ଼ି ବିଜେଡି ଯିବେନି। ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ। କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ।
ସାଧାରଣ ନିର୍ବାଚନ ପରେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡ଼ିଥିଲେ। ସେ ଦଳ ଛାଡ଼ିବାର ଅଳ୍ପ ଦିନ ଭିତରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଥିଲେ। ଶ୍ରୀମତୀ ମହାନ୍ତଙ୍କ ପରେ ମଧ୍ୟ ବିଜେଡିର ଅନ୍ୟ ଜଣେ ସାଂସଦ ବିଜେପିରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବରୁ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ମଧ୍ୟ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି।












Click it and Unblock the Notifications