Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି; ବଡ଼ ଆକ୍ରମଣ କଲା ଇରାନ୍‌: ସମସ୍ତ ନାଗରିକ ସୁରକ୍ଷିତ ଆଶ୍ରୟରେ ରହିବାକୁ ନିର୍ଦ୍ଦେଶ

ଲେବାନନ୍ ଉପରେ ଇସ୍ରାଏଲ ସେନାର ଘନ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି । ଇରାନ ଇସ୍ରାଏଲ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। କେନ୍ଦ୍ରୀୟ ଇସ୍ରାଏଲ ସମେତ ସମସ୍ତ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍‌ କରି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି ।

ଆମେ ଯଦି ଦେଖିବା ଭାରତୀୟ ସମୟ ରାତି ୧୦ଟା ୨୦ରୁ ତୀବ୍ର ଆକ୍ରମଣ ଆରମ୍ଭ ହୋଇଛି ଏବଂ ମାତ୍ର ୧୦ ମିନିଟ୍‌ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନେକ ଟାର୍ଗେଟ୍‌ରେ ପହଞ୍ଚୁଥିବାରୁ ଭୟାନକ ସ୍ଥିତି ଉପୁଜିଛି । ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

israel iran war

ଇରାନ୍‌, ୟେମେନ୍‌, ସିରିୟା ଓ ଇରାକ୍‌ରୁ ମିଳିତ ଆକ୍ରମଣ ହେଉଥିବାରୁ ଇସ୍ରାଏଲକୁ ସହାୟତା କରିବାକୁ ଆଗେଇଆସିଛି ଆମେରିକା । ଇରାନ ଶକ୍ତିଶାଳୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ହ୍ୱାଇଟ୍ ହାଉସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲ ବିରୋଧରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି ଚଳାଇଛି । ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର କହିଛନ୍ତି, ଏହି ଆକ୍ରମଣରୁ ଇସ୍ରାଏଲକୁ ରକ୍ଷା କରିବା ପାଇଁ ଆମେ ସକ୍ରିୟ ଭାବେ ରକ୍ଷଣାତ୍ମକ ପ୍ରସ୍ତୁତିକୁ ସମର୍ଥନ କରୁଛୁ । ଇସ୍ରାଏଲ ବିରୋଧରେ ଇରାନର ସିଧାସଳଖ ସାମରିକ ଆକ୍ରମଣ ଇରାନ ପାଇଁ ଭୟଙ୍କର ପରିଣାମ ଆଣିବ ବୋଲି ମଧ୍ୟ ଆମେରିକା ଚେତାଇ ଦେଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଇଛନ୍ତି। ଇରାନର ଆକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତତ୍କାଳ ପଦକ୍ଷେପ ନେବ ବୋଲି କହିଛି। ଅନ୍ୟପକ୍ଷରେ ତୁର୍କୀ ସମେତ ଅନ୍ୟ କେତେକ ମୁସ୍‌ଲିମ ରାଷ୍ଟ୍ର ଲେବାନନ୍‌ରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଇସ୍ରାଏଲକୁ ଧମକ ଦେଇଥିବା ବେଳେ ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରିନାହିଁ।

ଦକ୍ଷିଣ ଲେବାନନ୍‌ରେ ସକ୍ରିୟ ଥିବା ଇରାନର ସହଯୋଗୀ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଉପରେ ପ୍ରଚଣ୍ଡ ଆକ୍ରମଣ ପରେ ଇରାନ ଇସ୍ରାଏଲ ବିରୋଧରେ ବଡ଼ ଆକ୍ରମଣ ଆରମ୍ଭ କରିଛି। ହେଜବୁଲ୍ଲାର ଶୀର୍ଷ ନେତୃତ୍ବ ମୂଳପୋଛ ହୋଇଯାଇଥିବାରୁ ଇରାନ ଆକ୍ରମଣରେ ବିଳମ୍ବ ହୋଇଥିଲା ଏବଂ ଗତକାଲି ରାତିରୁ ଆକ୍ରମଣ ଆରମ୍ଭ କରି ଇରାନ୍‌ ଆମେରିକାକୁ ମଧ୍ୟ ଚ୍ୟାଲେଂଜ କରିଛି।

ଅନ୍ୟପକ୍ଷରେ ଇସ୍ରାଏଲ ହେଜବୁଲ୍ଲା ବିରୋଧରେ ଟାର୍ଗେଟ୍‌ ଆକ୍ରମଣ କରି ଦକ୍ଷିଣ ଲେବାନନ୍ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଏବଂ ଆଜି ସନ୍ଧ୍ୟାରୁସ୍ଥଳ ଆକ୍ରମଣ ଆହୁରି ବ୍ୟାପକ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦକ୍ଷିଣ ଲେବାନନ୍‌ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+