ସୁନ୍ଦରଗଡ଼ରୁ ବିସ୍ଫୋରକ ଭର୍ତ୍ତି ଗାଡି ଲୁଟ୍ ଘଟଣା; ଘଟଣାସ୍ଥଳରେ ପହଞ୍ଚିଲା NIA ଟିମ୍

ସୁନ୍ଦରଗଡ଼ରୁ ବିସ୍ଫୋରକ ଭର୍ତ୍ତି ଗାଡି ଲୁଟ୍ ଘଟଣା । ଘଟଣାସ୍ଥଳରେ ପହଞ୍ଚିଲା NIA ଟିମ୍ । କିଏ ଓ କାହିଁକି ଲୁଟିଲେ ସେନେଇ ତନାଘନା ଜାରି ରହିଛି । ଏହାସହ SP ଅଫିସ୍‌ରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଛି । DGP ୱାଇବି ଖୁରାନିଆଙ୍କ ନେତୃତ୍ୱରେ ବସିଥିବା ବୈଠକରେ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଓଡ଼ିଶା ଓ ଝାଡ଼ଖଣ୍ଡର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଛନ୍ତି । ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି ହୋଇଛି ।

Explosive-laden vehicle looted from Sundargarh NIA team reaches the spot

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଞ୍ଚିଥିବାବେଳେ ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଯାଉଥିଲା । ଆଉ ସେହି ସମୟରେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି । ବନ୍ଧୁକଧାରୀ ଅଜଣା ବ୍ୟକ୍ତିମାନେ ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ । ଘଟଣା ପରେ ତୁରନ୍ତ ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଦେଇଥିଲା ପୋଲିସ । CRPF ସହ ମିଶି ସରଣ୍ଡା ଜଙ୍ଗଲରେ ଚାଲିଲା ସର୍ଚ୍ଚ ଅପରେସନ୍ । ସେହିଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଜଙ୍ଗଲରେ ଗାଡିର ସନ୍ଧାନ ମିଳିଥିବାବେଳେ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିବା ଜଣାପଡ଼ିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+