ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ; ୩ରୁ ୪ ଜଣ ଆହତ

ଭୁବନେଶ୍ୱର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଛି । ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ପୋରଣରେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମେଡ଼ିକାଲ୍‌ର ତୃତୀୟ ମହଲାରେ କନ୍‌ଷ୍ଟ୍ରକ୍‌ସନ୍‌ କାମ ଚାଲିଥିଲା। ଆଉ ଆଜି ସନ୍ଧ୍ୟା ବେଳେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିପାଇଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା ।

ତେବେ ଉଦ୍ଧାର କାର୍ଯ୍ୟ ବେଳେ ୩ରୁ ୪ ଜଣ ଆହତ ହୋଇଛନ୍ତି ।ସେମାନଙ୍କୁ ସେହି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ନିଆଁ ଆୟତ୍ତରେ ଥିବା ମେଡ଼ିକାଲ୍‌ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି । ବର୍ତ୍ତମାନ ନିଆଁ ଆୟତ୍ତରେ ଥିବା ମେଡ଼ିକାଲ୍‌ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ।

Hi-Tech hospital

ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କୌଣସି ଅକ୍ସିଜେନ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟିନାହିଁ । ସାମାନ୍ୟ ଆହତ ୩/୪ ଜଣ ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି ବୋଲି ହାଇଟେକ୍‌ ହସ୍ପିଟାଲ ପିଆରଓ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+