ବହି ଗୋଦାମରେ ବିସ୍ଫୋରଣ ,୩ ଗୁରୁତର
ବହି ଗୋଦାମରେ ବିସ୍ଫୋରଣ। ଜଳିଗଲା ଲକ୍ଷାଧିକ ଟଙ୍କାର ବହି। ଜଗତସିଂହପୁର ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଗୋଦାମ ଭିତରେ ୩ ଜଣ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘରର କାନ୍ଥ ଗୁଡ଼ିକ ଫାଟିଯାଇଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବହି ଜଳି ଯାଇଛି । ତେବେ ବହି ଗୋଦାମରେ କେମିତି ବିସ୍ଫୋରଣ ହେଲା, ତାର କାରଣ ଜଣାପଡ଼ିନାହିଁ।












Click it and Unblock the Notifications