ବରମୁଣ୍ତା ବସ ଷ୍ଟାଣ୍ତ ଟିକେଟ୍ କାଉଣ୍ଟରରେ ବିସ୍ଫୋରଣ
ଶୁକ୍ରବାର ସକାଳେ ବରମୁଣ୍ତା ବସ ଷ୍ଟାଣ୍ତ ଟିକେଟ୍ କାଉଣ୍ଟରରେ ବିସ୍ଫୋରଣ । ଫଳରେ ଉକ୍ତ ସ୍ଥାନରେ ନିଆଁ ଲାଗିଯିବାରୁ ଟର୍ମିନାଲରେ ଥିବା ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇି ।
ସୂଚନା ଅନୁସାରେ, ବିଶାଖାପାଟଣା, ହାଇଦ୍ରାବାଦ ଏବଂ ବିଜୟୱାଡା ପାଇଁ ଟିକେଟ୍ ବୁକ ହେଉଥିବା ଡଲଫିନ୍ ବସ୍ କାଉଣ୍ଟରରେ ନିଆଁ ଲାଗିଥିଲା। ଟିକେଟ୍ କାଉଣ୍ଟର କର୍ମଚାରୀ ସ୍ପଷ୍ଟ କରିଛନ୍ତି ଯେ କାଉଣ୍ଟରରେ ଏକ ବ୍ୟାଟେରୀ ବିସ୍ଫୋରଣ ହେବାରୁ ନିଆଁ ଲାଗି ଯାଇଥିଲା।

ଟିକେଟ୍ କାଉଁଟରର ଜଣେ କର୍ମଚାରୀଙ୍କ ସୂଚନା ଅନୁସାରେ, ଟିକେଟ୍ କାଉଣ୍ଟରରେ ଏକ ବ୍ୟାଟେରି ବିସ୍ଫୋରଣ ହେବା ଯୋଗୁଁ ନିଆଁ ଲାଗିଥିଲା । ପରବର୍ତ୍ତି ସମୟରେ ନିଆଁ ଆୟତ୍ତ କରାଯାଇଛି ।












Click it and Unblock the Notifications