ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଗତକାଲି (ଶନିବାର) ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ।
ଭୁବନେଶ୍ୱର: ଗତକାଲି (ଶନିବାର) ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ବିଲ ପାରିତ ହେବା ପରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବେ ବୋଲି ନିୟମ ରହିଛି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ଆଲୋଚନାରେ ଉତ୍ତର ରଖି କହିଥିଲେ ଯେ ଚଳିତମାସ ୨ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଥିଲା । ଗତ ୧୪ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ବିସ୍ତୃତ ଆଲୋଚନା ହୋଇସାରିଛି । ଉତ୍ତମ ଆର୍ଥିକ ଓ ସଠିକ୍ ବିତ୍ତୀୟ ପରିଚାଳନା ହେଉଛି ସରକାରଙ୍କ ପରିଚୟ ।
୨୦୨୨-୨୩ ଆର୍ଥିକ ବର୍ଷର ମୋଟ୍ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୬୩ହଜାର ୯୬୭କୋଟି ଟଙ୍କା ଓ ରାଜସ୍ୱ ବ୍ୟୟ ୧ଲକ୍ଷ ୪୫ହଜାର ୭୨୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜସ୍ୱ ବଳକା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୨.୫ ପ୍ରତିଶତ ହେବ ଓ ବିତ୍ତୀୟ ନିଅଂଟ ୩ ପ୍ରତିଶତରେ ସୀମିତ ରହିବ । ବର୍ଷ ଶେଷରେ ଋଣଭାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୧୫.୬ ପ୍ରତିଶତ ହେବାର ଆକଳନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।












Click it and Unblock the Notifications