ପଦ୍ମ ଧରିଲେ ସୁଜିତ କୁମାର; ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର
ପଦ୍ମ ଧରିଲେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।

ତେବେ ଏମ୍ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ଯାଇ ପହଞ୍ଚି ଯାଇଛନ୍ତି ସୁଜିତ କୁମାର। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୁଜିତ ।
#WATCH | Expelled BJD leader Sujeet Kumar joins BJP in the presence of Union Minister Dharmendra Pradhan.
Kumar resigned as a Rajya Sabha MP from BJD and the resignation has been accepted. BJD expelled him today for "anti-party activities." pic.twitter.com/WPsFwZA9rJ
— ANI (@ANI) September 6, 2024
ଅଳ୍ପ କେଇଟା ସମୟ ପରେ ସୁଜିତ ଭାଜପାରେ ଯୋଗଦେଇପାରନ୍ତି। ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ଇସ୍ତଫା ପତ୍ର ପଠାଇବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍ପି ଥିଲେ ସୁଜିତ। ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।












Click it and Unblock the Notifications