୬ ହଜାର ୮ ଶହଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ
୬ହଜାର ୮ଶହଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ
ବେଗୁନିଆ : ୬ହଜାର ୮ଶହଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଦେଶୀ ମଦ କାରବାର ବଢି ଚାଲିଛି । ନିକଟରେ ଥିବା ବରପଦା, କଣ୍ଟାବାଡ଼, ଭୋଗଡା, ଆଦି ଗ୍ରାମ ଗୁଡିକରେ ମଦ ମାଫିଆ ଦେଶୀ ମଦ ପ୍ରସ୍ତୁତ କରି ଗାଁରେ ବିକ୍ରିବଟା କରୁଥିଲେ । ଏହା ସହିତ ଅନ୍ୟ ଅଞ୍ଚଳର ଛୋଟବେପାରୀଙ୍କୁ ମଧ୍ୟ ଯୋଗାଇ ଦେଉଥିଲେ । ପୋଲିସ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛି । ଗତକାଲି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ବରପଦା ଜଙ୍ଗଲରେ ଚଢାଉ କରି ୬ ହଜାର ୮ଶହ ଲିଟର ପୋଚ ନଷ୍ଟ କରିଥିବା ବେଳେ ୪୭୫ ଲିଟର ଦେଶୀ ରନ୍ଧା ମଦ ସହିତ ମଦ ରନ୍ଧା ସାମଗ୍ରୀ ଟିଣ, ଜାରକିନି, ଡ୍ରମ , ପାଇପ ଆଦି ଜବତ କରିଛି ।

ଜବତ ସମସ୍ତ ସାମଗ୍ରୀ ମୂଲ୍ୟ ୪ଲକ୍ଷ ୧୧ହଜାର ୨୫୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । ବେଗୁନିଆ ବ୍ଲକ ଅଞ୍ଚଳରେ ଦିନ କୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପୁଲିସ ନିରବ ଦ୍ରଷ୍ଟା ହୋଇ ଚୁପ ବସୁଥିବା ବେଳେ ଅବକାରୀ ବିଭାଗ ଅଚାନକ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିଛି ।
ଅନ୍ୟପଟେ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ମଦ ମାଫିଆ ଓ ପ୍ରସ୍ତୁକାରୀ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ, ପୂର୍ବରୁ ଜୁଲାଇ ୪ତାରିଖରେ ଏହି ବରପଦା ଜଙ୍ଗଲରେ ଚଢ଼ାଉ କରି ୩୪୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୪୨ ଶହ ଲିଟର ପୋଚ ନଷ୍ଟ କରିଥିଲା ଅବକାରୀ ବିଭାଗ । ଏହି ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ରାଜଶେଖର ସ୍ବାଇଁ, ଅବକାରୀ ଅଧିକାରୀଭୈରବ ସାହୁ, ୟୁନିଟ ଏସଆଇ ବି. ମନୋଜ କୁମାର, ରଂଜନ ଦାସ, ରାଜେନ୍ଦ୍ର ଖେସଙ୍କ ସମେତ ଖୋର୍ଦ୍ଧା, ବେଗୁନିଆ ଅବକାରୀ ଏବଂ ମୋବାଇଲ ୟୁନିଟ କର୍ମଚାରୀ ସାମିଲ ହୋଇଥିଲେ ।












Click it and Unblock the Notifications