ଦର୍ଶକଙ୍କ ମଧ୍ୟରେ ଉତ୍ସାହ , ଓଡ଼ିଶାରେ ପହଞ୍ଚିଲେ ଟିମ୍ ଇଣ୍ଡିଆର ଖେଳାଳି

ବାରବାଟୀ ୱାନଡେ ପାଇଁ ଆଜି ଆସିବେ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଖେଳାଳି। ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ ଷ୍ଟାଫ୍ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ରାତି ୭ଟା ୪୦ରେ ପହଞ୍ଚିଛନ୍ତି । ଏୟାରପୋର୍ଟରୁ ସିଧାସଳଖ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ' ଫେୟାରକୁ ନିଆଯିବ । ହୋଟେଲ ଆଗରେ ଖେଳାଳିମାନଙ୍କୁ ପାରମ୍ପରିକ ନାଚ ଗୀତ ଓ ଶଙ୍ଖନାଦରେ ଭବ୍ୟ ସ୍ବାଗତ କରାଯିବ ।

Team India

ଆଜି ବିଶ୍ରାମ ପରେ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି । କାଲି ପ୍ରଥମେ ଇଂଲଣ୍ଡ ଖେଳାଳି ଅପରାହ୍ନ ଗୋଟାଏରୁ ୪ଟା ଏବଂ ପରେ ଭାରତୀୟ ଖେଳାଳି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ନେଟରେ ଅଭ୍ୟାସ କରିବେ । ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି । ଦୁଇ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହର୍ସାଲ କରାଯାଇଥିଲା ।

ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ହୋଟେଲ ଏବଂ ସେଠାରୁ ଷ୍ଟାଡିୟମକୁ କିପରି ନିଆଯିବ, ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ହୋଟେଲ ମେ' ଫେୟାରରେ ରହିବେ ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳି । ଏଥିପାଇଁ ହୋଟେଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କେଉଁ କ୍ରିକେଟର କ'ଣ ଖାଇବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ମେନ୍ୟୁରେ ଯୋଡ଼ାଯାଇଛି ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+