ଆଇପିଏସ୍‌ ସ୍ତରରେ ଅଦଳବଦଳ; ପ୍ରକାଶ ପାଇଲା ବିଜ୍ଞପ୍ତି ,ମିହିର କୁମାର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି

ଆଇପିଏସ୍‌ ସ୍ତରରେ ଅଦଳବଦଳ । ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

IPS

ତେବେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି । ପୂର୍ବରୁ ବିନୋଦ ପାଟିଲ୍‌ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ମିହିର କୁମାର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି । ମିହିର କୁମାର ପଣ୍ଡା ଏବେ ଓଡିଶା ପୋଲିସ ହେଡକ୍ୱାର୍ଟରରେ ନିଯୁକ୍ତ ଥିଲେ । ବାକି ଆଇପିଏସ୍‌ ରାହୁଲ ଗୋଏଲ୍‌ଙ୍କୁ କଟକ ରେଲଓ୍ୱ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ ରାହୁଲ ଗୋଏଲ୍‌ ବାଲିଗୁଡ଼ାରେ ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ଏକାଥରକେ ୨୮ ଜଣ ଆଇପିଏସ୍‌ଙ୍କୁ ଅଦଳବଦଳ କରାଯାଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱର ପୋଲିସ କମିଶନର, କଟକ ଡିସିପି, ଭୁବନେଶ୍ୱର ଡିସିପି ପ୍ରମୁଖ ଥିଲେ । ପୂଜା ପୂର୍ବରୁ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ଏହାସହିତ ନୂତନ ନିର୍ଦ୍ଦେଶାନାମା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+