ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ; ଖାଦ୍ୟ ଯୋଗାଣ ସଚିବ ହେଲେ ସଞ୍ଜୟ ସିଂହ
ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶକ୍ତି ବିଭାଗ ସଚିବ ପଦରୁ ହେମନ୍ତ ଶର୍ମା ହଟିଛନ୍ତି। ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଖାଦ୍ୟ ଯୋଗାଣ ସଚିବ ପଦରୁ ହଟିଛନ୍ତି ବୀର ବିକ୍ରମ ଯାଦବ। ତାଙ୍କ ସ୍ଥାନରେ ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ସ୍ୱତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୟନ ହସ୍ତତନ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି। ଗୁହା ପୁନମ ତାପସ କୁମାରଙ୍କୁ ଅବକାରୀ କମିଶନର-ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି।












Click it and Unblock the Notifications