ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି, ପୁରୀରେ କାରକେଡ୍ ରିହର୍ସାଲ୍

ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି, ପୁରୀରେ କାରକେଡ୍ ରିହର୍ସାଲ୍

ଭୁବନେଶ୍ୱର: ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପରିବର୍ତ୍ତନ ହୋଇଛି ସକାଳ ୯.୩୦ ବଦଳରେ ୧୦.୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତି ବିମାନ ବନ୍ଦରରେ ଅବତରଣ କରିବା ପରେ ଗାର୍ଡ ଅଫ୍ ଅନର ଦିଆଯିବ । ଯେଉଁଥି ପାଇଁ ଆଜି ଫୁଲଡ୍ରେସ ଓ କାରକେଡ ରିହର୍ସଲ ହେଉଛି ।

draupadi murmu

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ଏହା ସହ ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଦାଇତ୍ୱରେ ରହିବେ । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ତେବେ ପୂର୍ବରୁ ସକାଳ ୯.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିବାର ଥିଲା ହେଲେ ସମୟରେ ପରିବର୍ତ୍ତନ ହୋଇଛି ଆସନ୍ତା କାଲି ସକାଳ ୧୦.୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ଏହା ପରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେ ଗର୍ଭଗୃହକୁ ଯାଇ ଠାକୁରଙ୍କ ପୂଜାର୍ଚ୍ଚନା କରିବେ । ପରେ ମହାପ୍ରସାଦ ସେବନ କରିବେ । ଏଥିପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ କରି ଦିଆଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି । ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ପୁରୀ ରାଜଭବନକୁ ଯିବେ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ପୁରୀରେ କାରକେଡ୍ ରିହର୍ସାଲ ଚାଲିଛି । ସେହିପରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଅପରାହ୍ନରେ ଭୁବନେଶ୍ବର ଫେରିବେ ମହାମହିମ ରାଷ୍ଟ୍ରପତି । ପ୍ରଥମେ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ଗସ୍ତର ଦ୍ୱିତୀୟ ଦିନରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ମଧ୍ୟ ଯୋଗ ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ହେବା ପରେ ଏହା ଦୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+