ଅବସରପ୍ରାପ୍ତ ଆରଆଇଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଜରିମାନା
ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩୦ ତାରିଖ ବୁଧବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାରହି ବଣାଇ ତହସିଲର ପୂର୍ବତନ ରାଜସ୍ବ ନିରୀକ୍ଷକ ନୃସିଂହଚରଣ ତ୍ରିପାଠୀ (୭୮)ଙ୍କୁ ୩ ବର୍ଷ ଜେଲ୍ ଓ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍ ଦଣ୍ଡ ଅଧିକ ୬ ମାସ ବୃଦ୍ଧି ହେବ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି।
ଏହା ବ୍ୟତୀତ ଶ୍ରୀ ତ୍ରିପାଠୀଙ୍କ ନାମରେ ୨୦୦୪ର ଏକ ଲାଞ୍ଚ ମାମଲା ମଧ୍ୟ କୋର୍ଟରେ ବିଚରାଧୀନ ରହିଛି।ସୂଚନା ଅନୁସାରେ ୧୯୯୫ ମସିହା ଡିସେମ୍ବର ୨୯ ତାରିଖରେ ଆୟ ବର୍ହିଭୂତ ମାମଲାରେ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ୨୯ ଡିସେମ୍ବର ୧୯୯୫ରେ ଏକ ମାମଲା ରୁଜୁ କରିଥିଲା।

ତାଙ୍କ ପାଖରେ ଆୟଠାରୁ ୯୭.୬୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ରାଉରକେଲା ଭିଜିଲାନ୍ସ ନିରୀକ୍ଷକ ବିଷ୍ଣୁଚରଣ ଦାଶ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ମାମଲାର ଶୁଣାଣି ଚାଲିଥିବା ବେଳେ ବୁଧବାର କୋର୍ଟ ଦଣ୍ଡାଦେଶ ଦେଇଛନ୍ତି।












Click it and Unblock the Notifications