ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ
ଭୁବନେଶ୍ୱର: ବିଜେଡିି ରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ସେ ଆଜି ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ନିଜର ଇସ୍ତଫା ପତ୍ର ବିଷୟରେ ଜଣାଇଛନ୍ତି । ସେ ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ଦଳ କିନ୍ତୁ ତାଙ୍କୁ ନିରାଶ କରିଥିଲା ଯାହା ଫଳରେ ସେ ଅସନ୍ତୁଷ୍ଟ ବୋଲି କୁହାଯାଉଛି । ସୁରେନ୍ଦ୍ର ସେଠୀ ୨୦୧୪ରେ କାକଟପୁର ବିଜେଡ଼ି ଟିକେଟରୁ ପ୍ରତିଦ୍ୱନ୍ଦିତା କରି ବିଧାୟକ ହୋଇଥିଲେ ।

ହେଲେ ୨୦୧୯ରେ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ଆଉ ତୁଷାରକାନ୍ତି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଥିଲେ । ସେତେବେଳେ ଟିକେଟ୍ କଟିଥିଲେ ବି, ଦଳକୁ ସମର୍ଥନ ଦେଇଥିଲେ ସୁରେନ୍ଦ୍ର । ଆଉ ଏହାର ଠିକ୍ ୫ ବର୍ଷ ପରେ ଅର୍ଥାତ୍ ଚଳିତ ୨୦୨୪ରେ ପୁଣିଥରେ ଟିକେଟ୍ ଲବିରେ ରହିଥିଲେ । ହେଲେ ଏଥର ମଧ୍ୟ ସେ ଦଳରୁ ନିରାଶ ହେଇଥିଲେ । ବିଜେଡି ପୁଣିଥରେ ତୁଷାର କାନ୍ତିଙ୍କୁ କରିଛି ପ୍ରାର୍ଥୀ । ଆଉ ଏଥର ଟିକେଟ ନପାଇବାରୁ ଦଳ ଛାଡ଼ିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ।












Click it and Unblock the Notifications