ବିଜେପିରୁ ଇସ୍ତଫା ଦେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର : ବିଜେପିରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଜେପି ରାଜୁଙ୍କୁ ସୋରରୁ ପ୍ରାର୍ଥୀ କରି ଟିକେଟ୍ ଫେରାଇ ନେଇଥିଲା । ଯାହା ପରେ ସେ ଅସନ୍ତୋଷ ହୋଇ ଦଳ ଛାଡିଥିବା କୁହାଯାଉଛି । ବହୁ ପୂର୍ବରୁ ବିଜେପି ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପର୍ଶୁରାମ ଧଡାଙ୍କୁ ସୋରରୁ ପ୍ରାର୍ଥୀ କରିଛି ।

rajendra das

ପର୍ଶୁରାମ ଧଡା ନୋମିନେସନ କରିବା ଆଗରୁ ରାଜେନ୍ଦ୍ର ଦାସ ଆସି ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ କରିସାରିଥିଲେ । ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରିଥିଲେ ଯେ ସୋରର ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପର୍ଶୁରାମ ଧଡା । ଆଉ ଦଳ ତାଙ୍କ ଟିକେଟ ପ୍ରତ୍ୟାହାର କରିବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+