ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ
କଟକ: ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ । ଅନାଦି ଚରଣ ସାହୁଙ୍କର ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ ମଧ୍ୟ ପାଇଥିଲେ ।

୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଗତ କିଛି ବର୍ଷ ହେବ ସେ ସକ୍ରିୟ ରାଜନୀତିରୁ ଦୂରରେ ଥିଲେ । ସାହିତ୍ୟ କ୍ଷେତ୍ରରେ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି । ସେ ବିଭିନ୍ନ ପୁସ୍ତକ ମଧ୍ୟ ଲେଖିଛନ୍ତି । ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି । ଅନାଦି ସାହୁଙ୍କ ଶେଷକୃତ୍ୟ କଟକର ସତୀ ଚଉରାରେ ହେବ ବୋଲି ସୂଚନା ମିଳିଛି ।
ମୃତ୍ୟୁ ଖବର ପାଇ ବହୁ ବରିଷ୍ଠ ରାଜନେତା, ବରିଷ୍ଠ ପୋଲିସ ଅଧିକାରୀ ବାସ ଭାବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।












Click it and Unblock the Notifications