ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍: ମୁଖ୍ୟ ନିର୍ବାଚନ ଅଧିକାରୀ
ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିଲା । ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇସାରିଛି ଓ ମତଦାନ ପରେ ଇଭିଏମ୍ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍ ରୁମ୍ରେ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି ।

ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ସଶସ୍ତ୍ର ପୋଲିସ ଚାଳିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗରୁମ୍ ଗୁଡ଼ିକ ରହିଛି । ସିସଟିଭି ମନିଟରି ମଧ୍ୟ ଜାରୀ ରହିଛି । ନିର୍ବାଚନରେ ପ୍ରତିଯୋଗିତା କରିଥିବା ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ମତଗଣନା ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି ଓ ମତଗଣନା ସଂପୂର୍ଣ ହେବା ପର୍ଯ୍ୟନ୍ତ ଏହି ସମସ୍ତ ରୁମ୍ ସିଏପିଏଫ୍ (ଉଇଚୠ) ସୁରକ୍ଷା ବଳୟ ମଧ୍ୟରେ ସଂପୂର୍ଣ ସୁରକ୍ଷିତ ଭାବେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।












Click it and Unblock the Notifications