ଭୋଟ୍ ଦେଉଛି ଓଡ଼ିଶା: ବିଭିନ୍ନ ସ୍ଥାନରେ EVM ତ୍ରୁଟି, ଭୋଟର ଅସନ୍ତୁଷ୍ଟ
Odisha Election: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଭୋଟିଂ ବେଳେ ବିଭିନ୍ନ ସ୍ଥାନରେ EVM ତ୍ରୁଟି ଖବର ସାମ୍ନାକୁ ଆସିଛି, ଯେଉଁଥି ପାଇଁ ଭୋଟର ଅସନ୍ତୁଷ୍ଟ ଏବଂ ମେସିନ୍ ଖରପା ଯୋଗୁଁ ଭୋଟିଂରେ ବିଳମ୍ବ ହେବା ସହ ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କୋରାପୁଟ ନିର୍ବାଚନ ମଣ୍ତଳୀର ଆଦର୍ଶ ମତଦାନ କେନ୍ଦ୍ରର ଏଭିଏମ୍ ଖରାପ ଯୋଗୁଁ ୧୩୯ ନମ୍ବର ବୁଥରେ ମତଦାନ ବେଳେ ବିଳମ୍ବ ହୋଇଛି ।
ସେହିପରି କଳାହାଣ୍ତି, ଭବାନୀପାଟଣା ୧୦୪, ୧୦୫ ଏବଂ ୧୦୬ ନମ୍ବର ବୁଥରେ ଭୋଟିଂ ଆରମ୍ଭ ହୋଇ ନଥିବା ବେଳେ ମାଲକାନଗିରି କମୁଡିଗୁଡା ୮୫ ନମ୍ବର ବୁଥରେ ଇଭିଏମ ଅଚଳ ନେଇ ସୂଚନା ରହିଛି । ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମ ତ୍ରୁଟି ନେଇ ସୂଚନା ।

ସୂଚନାଥାଉ ଯେ, ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେଉଛି । ଏଥର ଫୋକସରେ ମକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଭୋଟିଂ ଜାରି ରହିଛି, ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ,ମତଧିକାର ସାବ୍ୟସ୍ତ କରୁଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର୍ ।
ସେହିପରି ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ । ECI ଆପ୍ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫%, ନବରଙ୍ଗପୁର ୮.୯୭%, ନୂଆପଡ଼ା ୯.୯୮%, ଓ ରାୟଗଡ଼ାରେ ୭.୫୨% ମତଦାନ ହୋଇଛି ।












Click it and Unblock the Notifications