ଭୋଟ ଦେଲେ ମୁଖ୍ୟମନ୍ତ୍ରୀ; ଟ୍ବିଟ୍ କରି କହିଲେ, ପ୍ରତିଟି ଭୋଟ୍ ମୂଲ୍ୟବାନ
ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ । BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ବୁଥ୍ରେ ପହଞ୍ଚିଲେ । ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ। ଏହାପରେ ବୁଥ୍ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
I exercised my franchise in #Bhubaneswar and participated in the festival of democracy. Urge all voters to come out to cast their votes in large numbers in #OdishaMunicipalElection. pic.twitter.com/3nNZtCTQrT
— Naveen Patnaik (@Naveen_Odisha) March 24, 2022
ଏହାରି ଭିତରେ ପୌର ନିର୍ବାଚନରେ ଭୋଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଟ୍ୱିଟ୍ କରି କହିଲେ ପ୍ରତ୍ୟେକଟି ଭୋଟ୍ ମୂଲ୍ୟବାନ୍ । ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା । ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ ।












Click it and Unblock the Notifications