Get Updates
Get notified of breaking news, exclusive insights, and must-see stories!

ପ୍ରତ୍ୟକ କାହଣୀର ଦୁଇଟି ପାର୍ଶ୍ୱ ଥାଏ , ମୁଁ ନିଶ୍ଚିତ ଯେ ,ମୁଁ ଠିକ୍ ରାସ୍ତାରେ ଅଛି : ପ୍ରକୃତି ମିଶ୍ର

Every story has two shades , I 'm sure , I'm in right way : Prakriti Mishraପ୍ରତ୍ୟକ କାହଣୀର ଦୁଇଟି ପାର୍ଶ୍ୱ ଥାଏ , ମୁଁ ନିଶ୍ଚିତ ଯେ ,ମୁଁ ଠିକ୍ ରାସ୍ତାରେ ଅଛି : ପ୍ରକୃତି ମିଶ୍ର

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତା ବାବୁଶାନ ଏବଂ ତାଙ୍କ ପତ୍ନୀଙ୍କ ପାରିବାରିକ କହଳ ଆଜିର ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ବାବୁଶାନ ଓ ପ୍ରକୃତି ମିଶ୍ର ସକାଳେ ଚେନ୍ନାଇ ଯାଉଥିବା ବେଳେ ଉଭୟଙ୍କୁ ଏକାଠି ଧରଥିଲେ ତୃପ୍ତି ।ରାସ୍ତା ଉପରେ ହିଁ ଅନେକ ସମୟ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ଏପରକି ପ୍ରକୃତି ମିଶ୍ରଙ୍କ ସହ ମଧ୍ୟ ତୃପ୍ତିଙ୍କର ଯୁକ୍ତିତର୍କ ହୋଇଥିଲା ।

 prakruti mishra

ବାବୁଶାନଙ୍କ ପତ୍ନୀ ତୃପ୍ତି ଶେଷରେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଦୁଇବର୍ଷ ଧରି ବାବୁସାନଙ୍କ ସହ ସମ୍ପର୍କରେ ଥିଲେ ପ୍ରକୃତି ମିଶ୍ର । ଏ ବିଷୟରେ ଉଭୟଙ୍କ ପରିବାର ଲୋକ ମଧ୍ୟ ଜାଣିଥିଲେ । ଅନେକ ଥର ବାବୁସାନଙ୍କୁ ତାଙ୍କ ମା ବୁଝାଇବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି ହେଲେ ସେ କିଛି ବୁଝିବାକୁ ପ୍ରସ୍ତତ ନଥିଲେ ।ଏପରିକି ପ୍ରକୃତି ମିଶ୍ର ବାବୁସାନଙ୍କୁ ବ୍ଲାକମେଲ କରୁଥିବା ଘଟଣା ବିଷୟରେ ମଧ୍ୟ ତୃପ୍ତି କହିଛନ୍ତି ।ଅନେକ ଥର ତୃପ୍ତି ନିଜେ ପ୍ରକୃତିଙ୍କୁ ବୁଝାଇଛନ୍ତି ।

ସେପଟେ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଥାନାରେ ଉଭୟ ଅପରାଜିତା ମହାନ୍ତି ଏବଂ ବୋହୂ ତୃପ୍ତି ପହଁଚିଥିଲେ । ଉଭୟ ମାମଲାରେ ବର୍ତ୍ତମାନ ତୃପ୍ତିଙ୍କ ସହ ଅନ୍ୟମାନଙ୍କର ବୟାନ ରେକର୍ଡ ହୋଇସାରିଛି । ଖାରବେଳନଗର ଥାନା ପୋଲିସ ବର୍ତ୍ତମାନ ବୟାନ ରେକର୍ଡ ପରେ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ପ୍ରକୃତି ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି 'ପ୍ରତ୍ୟକ କାହଣୀର ଦୁଇଟି ପାର୍ଶ୍ୱ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସ କରୁଛୁ ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମିହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ନିଶ୍ଚିତ ଯେ ,ମୁଁ ଠିକ୍ ରାସ୍ତାରେ ଅଛି । ଆଇନ୍ ଉପରେ ମଧ୍ୟ ମୋର ପୁରା ଭରସା ଅଛି । ଆଗାମୀ ପରିସ୍ଥିତିକୁ ଧୈର୍ଯ୍ୟ ଏବଂ ସାହସର ସହିତ ସାମ୍ନା କରିବି ''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+