ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ହେବ ଆରୋଗ୍ୟମ୍ ସେଣ୍ଟର: ମୁକେଶ ମହାଲିଙ୍ଗ
ସୁସ୍ଥ ଜୀବନ ପାଇଁ ଦରକାର ଯୋଗ। କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ। ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ।
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଗାନ୍ଧୀ ଷ୍ଟାଡିୟମ, ବଲାଙ୍ଗୀର ଠାରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସ କରିଛନ୍ତି ମୁକେଶ ମହାଲିଙ୍ଗ। ନିୟମିତ ଯୋଗାଭ୍ୟାସ ଆମ ଜୀବନରେ ସକାରାତ୍ମକ ପ୍ରଭାବ ଆଣିଥାଏ। ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ହେବ ଆରୋଗ୍ୟମ୍ ସେଣ୍ଟର। ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ପ୍ରତି ଆରୋଗ୍ୟମ୍ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
ଚଳିତ ବର୍ଷ ଯୋଗ ଦିବସ୍ର ଥିମ୍ ରହିଛି 'ଯୋଗ ସ୍ୱୟଂ ଓ ସମାଜ ପାଇଁ' । ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଯୋଗ ଦିବସର ଆରମ୍ଭ ୨୦୧୫ ମସିହାରେ ହୋଇଥିଲ। । ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲା। ଉକ୍ତ ପ୍ରସ୍ତାବକୁ ୧୭୭ ଦେଶର ସମର୍ଥନ ମିଳିଥିଲା।

ଏହାପରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୟୁଏନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିଲା। ଏହାପରଠୁ ଜୁନ୍ ୨୧କୁ ପ୍ରତି ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ବିଶ୍ୱର ବିଭିନ୍ନ ଦେଶରେ ପାଳନ କରାଯାଉଛି।












Click it and Unblock the Notifications