ଆଜି ବି ବିରୋଧୀଙ୍କ ହଟ୍ଟଗୋଳ ଚାଲି ପାରିଲା ନାହିଁ ଗୃହ, ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି

ବିଧାନସଭା ବଜେଟ ଅଧିବେଶନ । ବୁଧବାର ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।

odisha assembly

ବୁଧବାର ଦିନ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ । ବୁଧବାର କାର୍ଯ୍ୟଦିବସ ଆରମ୍ଭରୁ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ମିଶନ ଶକ୍ତି ଇ.ସି ପୁନଃଗଠନକୁ ବିରୋଧ କରି ବିଜେଡି ବିଧାୟକମାନେ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ ନିକଟରୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିବାକୁ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।

ଅନ୍ୟପଟେ ଗୃହ ମୁଲତବୀ ପରେ ବିଜେଡି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରୁଛନ୍ତି । ରାଜ୍ୟର ବିଜେପି ସରକାର ଏକପାଖିଆ ନିଷ୍ପତ୍ତି ନେଉଛନ୍ତି । ସରକାର ମିଶନ ଶକ୍ତି ଇ.ସିକୁ ପୁନଃଗଠନ କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି , ତାହା ରାଜ୍ୟର ମାଆମାନଙ୍କ ବିରୋଧୀ ନିଷ୍ପତ୍ତି ବୋଲି ବିଜେଡି ବିଧାୟକ ଭାବେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+