ଏମିତି ବି ଆସେ ମୃତ୍ୟୁ , ବିଦ୍ୟୁତ୍ ଆଘାତରେ ଏକା ସାଙ୍ଗରେ ଚାଲିଗଲା ମା ' ପୁଅଙ୍କ ଜୀବନ

ଏକାଠି ଚାଲିଗଲା ମା ପୁଅଙ୍କ ଜୀବନ । ନିଜ ପୁଅକୁ ମରଣ ମୁହଁରୁ ଫେରାଇ ଆଣିବାକୁ ଯାଇ ମା'କୁ ଲାଗିଲା ବିଦ୍ୟୁତ୍‌ ଆଘାତ । ଫଳରେ ଏକସଙ୍ଗେ ଚାଲିଗଲେ ମା'ପୁଅ।

electric shock

ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଜୟନ୍ତଗିରି ଗାଁରେ ଘଟିଛି। ମୃତକ ମା' ପୁଅ ହେଲେ ରମା ଅମାନାତ୍ୟ ଓ ତାଙ୍କ ପୁଅ ଦୁର୍ଯ୍ୟୋଧନ ଅମାନାତ୍ୟ ।
ଆଜି ସକାଳୁ ଦୁର୍ଯ୍ୟୋଧନ ଅମାନାତ୍ୟ ଘର ତାରରେ ଗାମୁଛା କାଢିବା ବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ଦେଖି ମା' ରମା ଅମାନାତ୍ୟ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ମାତ୍ର ତାଙ୍କୁ ବି ବିଦ୍ୟୁତ୍‌ ଆଘାତ ଲାଗିଥିଲା। ମୃତ୍ୟୁବରଣ କରିଥିଲେ।

ଏହାଦେଖି ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଓ ଶାଶୁ ଉଭୟଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଉଭୟଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲେ ବି ସେମାନେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଏକାଥରେ ମା'ପୁଅଙ୍କ ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+