ଏମିତିବି ଆସେ ମୃତ୍ୟୁ; ସାପ କାମୁଡାରେ ଗୋଟାଏ ପରିବାରରେ ୩ ଝିଅ ମୃତ
ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ । ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଘରର ସମସ୍ତେ ସୋଇଥିବା ବେଳେ ବିଷଧର ସାପ କାମୁଡିଥିଲା । ସମସ୍ତଙ୍କୁ ଗ୍ରାମବାସୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚଡେଆପଲି ଗ୍ରାମରେ ଅଘଟଣ । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)।

ଗତ ରାତିରେ ଖାଇ ପିଇ ଘରେ ସୁଲେନ୍ଦ୍ରଙ୍କ ସହ ୩ ଝିଅ ଏକ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପଟି ୩ ଝିଅ ଓ ସେମାନଙ୍କ ବପାକୁ କାମୁଡ଼ି ଦେଇଥିଲା। ବିଳମ୍ବିତ ରାତିରେ ସୁଲେନ୍ଦ୍ରଙ୍କ ସହ ୩ ଝିଅଙ୍କ ଅବସ୍ଥା ଗୁରୁତର ହେବାରୁ ପତ୍ନୀ ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ୩ ଝିଅ ଓ ବାପାକୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଭଉଣୀକୁ ମୃତ ଘୋଷଣା କରିଥିବା ବେଳେ ସେମାନଙ୍କ ବାପାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି।
୩ଝିଅ ଓ ବାପାକୁ ଚିତି ସାପ କାମୁଡ଼ିଥିବା କୁହାଯାଉଛି। ୩ ଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications