ଏମିତିବି ଆସେ ମୃତ୍ୟୁ ; ନଡ଼ିଆ ଗଛ ପଡ଼ି ୨ ମୃତ, ୧ ଆହତ
ଏମିତି ବି ଆସେ ମୃତ୍ୟୁ । ବନ୍ଧୁ ଘରକୁ ଯାଇ ଖୁସିରେ ଫେରୁଥିଲେ । ବାଟରେ ଜଗିଥିଲା ଯମ । ସ୍କୁଟିରେ ଆସୁଥିବାବେଳେ ଉପରେ ପଡିଥିଲା ନଡିଆ ଗଛ ।

ଘଟଣାସ୍ଥଳରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଆଉଜଣେ ଗୁରୁତର । ଏଭଳି ଅଘଟଣ ଘଟିଛି ନିମାପଡ଼ା - ରାଟିଲୋ ପଞ୍ଚାୟତରେ । ମୃତକମାନେ ହେଲେ ରେଟିଲୋ ପଞ୍ଚାୟତର ମିଥୁନ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନ । ବିଶ୍ୱରଞ୍ଜନ ଆଚାର୍ୟ୍ୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ମିଥୁନ ପ୍ରଧାନ,ତୁଷାର ରଞ୍ଜନ ବିଶ୍ଵାଳ ଓ ବିଶ୍ୱରଂଜନ ଆଚାର୍ୟ୍ୟ କନପୁର ଯାଇ ଫେରୁଥିବା ଅବସ୍ଥାରେ ସଗଡା ଅନ୍ତର୍ଗତ ଚିତ୍ରା ନିକଟରେ ଘଟିଛି ଏଭଳି ଅଘଟଣ।












Click it and Unblock the Notifications