ହେଲମେଟ ପିନ୍ଧିଥିଲେ ବି ଏହି କାରଣ ପାଇଁ ଗଣିବେ ଜରିମାନା !
ଆପଣ ଜାଣନ୍ତି କି, ଏମିତି କିଛି ନିୟମ ରହିଛି, ଯେଉଁଠି ଆପଣ ହେଲମେଟ ପିନ୍ଧିଥିଲେ ମଧ୍ୟ ଫାଇନ ଦେବାକୁ ପଡିବ । ଆପଣ ହେଲମେଟ ପିନ୍ଧିଥିବେ । କିନ୍ତୁ ତାହା ବିଆଇଏସ ସାର୍ଟିଫାଏଡ ହେଲମେଟ ହୋଇନଥିବ ତାହେଲେ ଜୋରିମାନା ଗଣିବାକୁ ହେବ।
ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ 16 ତାରିଖରୁ କଡାକଡି ହୋଇଛି ହେଲମେଟ ଚେକିଂ । ସାରା ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୩ ଜଣ ଚାଳକଙ୍କ ଠାରୁ ଚାଲାଣ କଟାଯାଇଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଉଥିବା ବେଳେ ୭୭ ଜଣଙ୍କ ଠାରୁ ଗାଡି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ପ୍ରବର୍ତ୍ତନ ଟିମ ଏହି କ୍ରମରେ ୪,୩୦,୪୦୦ ଟଙ୍କା ମଧ୍ୟ ଜରିମାନା ଆକାରରେ ଆଦାୟ କରିଛି । କେବଳ ସେତିକି ନୁହେଁ ବିନା ହେଲମେଟରେ ଗାଡି ଚଳାଉଥିବାରୁ ୪୦୦ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ।

ତେବେ ଆପଣ ଜାଣନ୍ତି କି, ଏମିତି କିଛି ନିୟମ ରହିଛି, ଯେଉଁଠି ଆପଣ ହେଲମେଟ ପିନ୍ଧିଥିଲେ ମଧ୍ୟ ଫାଇନ ଦେବାକୁ ପଡିବ । ଆପଣ ହେଲମେଟ ପିନ୍ଧିଥିବେ । କିନ୍ତୁ ତାହା ବିଆଇଏସ ସାର୍ଟିଫାଏଡ ହେଲମେଟ ହୋଇନଥିବ ତାହେଲେ ଜୋରିମାନା ଗଣିବାକୁ ହେବ। ଏଥିପାଇଁ ୨୦୦୦ ଟଙ୍କାର ଟ୍ରାଫିକ ଚାଲାଣ କଟାଯାଇପାରିବ। ନୂଆ ଟ୍ରାଫିକ୍ ନିୟମ ୧୯୪ D MVA ଅନୁଯାୟୀ ଠିକ୍ ଭାବେ ହେଲମେଟ୍ ପିନ୍ଧିନଥିବେ ଏବଂ ବିନା ବିଆଇଏସ ସାର୍ଟିଫାଏଡ ହେଲମେଟ ପିନ୍ଧିନଥିବା ତାହେଲେ ୨୦୦୦ ଟଙ୍କା ଚାଲାଣ କଟାଯାଇ ପାରିବ।
ସଡକ ସୁରକ୍ଷା ବିଭାଗର ଯୁଗ୍ମ କମିଶନର (ପରିବହନ) ସଂଜୟ ବୈସ୍ୱାଲ କହିଛନ୍ତି କି, ଗାଡି ଚାଳକଙ୍କ ମଧ୍ୟରେ ଦାୟିତ୍ୱ ବୋଧତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ସେ କହିଛନ୍ତି କି ରାଜ୍ୟ ରାଜପଥ ହେଉ କି ଜାତୀୟ ରାଜପଥ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ଦୁର୍ଘଟଣା ଦୁଇଚକିଆ ଆରୋହୀଙ୍କ ସହ ଜଡିତ । କ୍ରମାଗତ ଭାବେ କଡାକଡି ଯାଞ୍ଚ କାରଣରୁ ସହରାଞ୍ଚଳର ଲୋକମାନେ ହେଲମେଟ୍ ବ୍ୟବହାର କରୁଛନ୍ତି । ମାତ୍ର ଦୁର୍ଭାଗ୍ୟବଶତଃ ରାଜପଥ ଉପରେ ଗାଡି ଚଳାଉଥିବା ବେଳେ ଚାଳକମାନେ ହେଲମେଟ୍ ବ୍ୟବହାର କରୁନାହାଁନ୍ତି ।












Click it and Unblock the Notifications