ଇଭି ଗାଡ଼ିର ବ୍ୟାଟେରି ବିସ୍ଫୋରଣ, ଭୟଙ୍କର ଭାବେ ଜଳିଗଲା ସୋରୁମ୍
ଦେଖୁ ଦେଖୁ ଜଳିଗଲା ବାଇକ୍ ସୋରୁମ୍। ବାଇକ୍ ସୋରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲା ୩୦ ଇଲେକ୍ଟ୍ରି ବାଇକ୍। ମାଧିପୁର ଛକ ନିକଟ ବ୍ୟାଟେରି ବାଇକ୍ ସୋରୁମ୍ରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ୩୦ ବାଇକ୍ ଜଳିପୋଡ଼ି ହୋଇଗଲା ପାଉଁଶ। ବ୍ୟାଟେରି ବିସ୍ଫୋରଣରୁ ସୋରୁମ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି, ନିଆଁ ଲିଭାଇବାକୁ ଉଦ୍ୟମ ସୋରୁମ୍ରେ ଥିବା କର୍ମଚାରୀ ଓ ଗ୍ରାହକ ସୁରକ୍ଷିତ। ଲକ୍ଷ ଲକ୍ଷ ଟଙ୍କା ଜିନିଷ ସବୁ କିଛି ହୋଇଗଲା ଛାରଖାର।

ଖବର ପାଇ ଦୀର୍ଘ ୪୫ ମିନିଟ୍ ପରେ କୋଣାର୍କ ଚମ୍ପାହର ଅଗ୍ନିଶମର ଦୁଇଟି ଦମକଳ ଗାଡ଼ି ପହଁଛି ନିଆଁକୁ ଲିଭାଇ ଆୟତ୍ତ କରିବା ବେଳକୁ ସୋ'ରୁମ ମଧ୍ୟରେ ଥିବା ସମସ୍ତ ଗାଡ଼ି ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଥିଲା। ସୋ'ରୁମ ମଧ୍ୟରେ ଥିବା ନୂତନ ୨୫ ଗୋଟି ଇ-ବାଇକ ଓ ୫ ଟି ସର୍ଭିସିଂ ପାଇଁ ରକ୍ଷା ଯାଇଥିବା ପୁରୁଣା ଗାଡ଼ି ସହିତ ଆସବାପତ୍ରର ଜଳି ଯାଇଛି। ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୋରୁମ ମାଲିକ ସୌମ୍ୟରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି। ଖବର ପାଇଁ କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ନିଆଁ କିପରି ଲାଗିଲା କିଏ ଲଗାଇଲା ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୁଲିସ କହିଛି।












Click it and Unblock the Notifications