ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ; ଶତକ ପାର କରିବେ ନବୀନ !
ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି । ଜୁନ ୧ରେ ଲୋକ ସଭାକୁ ନେଇ ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଭିନ୍ନ ଭିନ୍ନ ମତ ଦେଇଥିବାବେଳେ ଲୋକ ସଭାରେ ଭାଜପା ଅଧାରୁ ଅଧିକ ଆସନ ପାଇପାରେ ବୋଲି ଆକଳନ କରିଛନ୍ତି।
ତେବେ ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୁଣିଥରେ ଶହେରୁ ଅଧିକ ଆସନ ହାତେଇବା ନେଇ ଆକଳନ କରିଛି । ସର୍ଭେ ଅନୁଯାୟୀ ବିଜେଡି ୧୦୦ରୁ ୧୧୫ ଆସନ ହାତେଇବାକୁ ଥିବା ବେଳେ ଭାଜପାକୁ ୩୦ରୁ ୩୮ ଆସନ ମିଳିବା ସମ୍ଭାବନା ରହିଛି ।
ସେହିଭଳି ଗତଥର ଅପେକ୍ଷା କଂଗ୍ରେସର ଆସନ କମ ହୋଇପାରେ ବୋଲି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ ସଙ୍କେତ ଦେଇଛି । ଏହି ସର୍ଭେରେ କଂଗ୍ରେସକୁ ମାତ୍ର ୪ରୁ ୭ ଆସନ ମିଳିବା ନେଇ ଅନୁମାନ ହୋଇଛି । ସେହିଭଳି ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ୧ରୁ ୨ ଆସନ ମିଳିପାରେ ବୋଲି ସର୍ଭେ କହିଛି ।

ଅନ୍ୟପଟେ ଜନ କି ବାତ ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡିକୁ ବହୁମତ ମିଳୁଥିଲେ ମଧ୍ୟ ଗତବର୍ଷ ତୁଳନାରେ ୩୦ରୁ ଅଧିକ ଆସନ ହରାଇପାରେ । ଏହି ସର୍ଭେରେ ବିଜେଡିକୁ ୮୧, ଭାଜପାକୁ ୫୮ ଓ କଂଗ୍ରେସକୁ ୮ଟି ଆସନ ମିଳିବାର ସମ୍ଭାବନା ରହିଛି ।
ସେହିଭଳି ଇଣ୍ଡିଆ ଟୁଡେ-ଆକ୍ସିସ ବାଇଁ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରେ ଉଭୟ ବିଜେଡି ଓ ଭାଜପାକୁ ୬୨ରୁ ୮୦ ଲେଖାଏଁ ଆସନ ମିଳୁଥିବାବେଳେ କଂଗ୍ରେସ ଖାତାରେ ୫ରୁ ୮ ଆସନ ଯାଇପାରେ।
ଏହି କ୍ରମରେ ଲୋକସଭା ଆସନ ପାଇଁ ବୁଥ ବାହୁଡା ମତ ଆସିବା ପରେ ଏବେ ବିଧାନସଭା ପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ ଆସିଛି ।












Click it and Unblock the Notifications