ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ସ୍ବୀକାର କଲେ ବୋର୍ଡ ସଭାପତି

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ବିଜ୍ଞାନ B ସେଟରେ ୪ ମାର୍କ କମ ଥିବାର ଅଭିଯୋଗ । ଏହାସହ ବିଜ୍ଞାନ C ସେଟରେ କିଛି ତ୍ରୁଟି ଥିବା ସୂଚନା । ପରୀକ୍ଷା ଚାଲିଥିବା ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଥିଲା ତନାଘନା । ତେବେ ୪ ମାର୍କ କମ ଥିବା ସ୍ୱୀକାର କରିଛି ବୋର୍ଡ ।

Matric Examination

ବୋର୍ଡ ସଭାପତି କହିଛନ୍ତି ୪ ମାର୍କ ବିଷୟରେ ନିଷ୍ପତ୍ତି ନେବ କଣ୍ଡକ୍ଟିଙ୍ଗ ବୋର୍ଡ । କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସି ସେଟ୍ ସବଜେକଟିଭ ପ୍ରଶ୍ନ ପତ୍ରରେ ୪ ମାର୍କ ମିସ ପ୍ରିଣ୍ଟ ରହିଛି । ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ । ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିଭଳି ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି । ତେବେ ପ୍ରଶ୍ନ ପତ୍ର ଭାଇରାଲ କଥାକୁ ଖାରଜ କଲେ ବୋର୍ଡ କର୍ତ୍ତୃପକ୍ଷ। ସେ କହିଛନ୍ତି ଭାଇରାଲ ନେଇ ଆମ ପାଖେ କୌଣସି ଅଭିଯୋଗ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+