ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ସ୍ୱୀକାର କଲା ବୋର୍ଡ
ମ୍ୟାଟ୍ରିକ ପରୀକ୍ଷା ସାମାଜିକ ବିଜ୍ଞାନ ପେପରରେ ଗୁରୁତର ତ୍ରୁଟି । ସ୍ୱୀକାର କଲା ବୋର୍ଡ । ମୁଦ୍ରଣ ଜନିତ ତ୍ରୁଟି ରହିଛି ବୋଲି କହିଛନ୍ତି ବୋର୍ଡ ସଭାପତି ରମାଶିଷ ହାଜରା ।

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ନେଇ ସ୍ୱୀକାର କଲା ବୋର୍ଡ । ମୁଦ୍ରଣ ଜନିତ ତ୍ରୁଟି ରହିଛି ବୋଲି କହିଛନ୍ତି ବୋର୍ଡ ସଭାପତି ରମାଶିଷ ହାଜରା । ତେବେ ଛାତ୍ରଛାତ୍ରୀଙ୍କୁ ଚିନ୍ତିତ ନ ହେବା ପାଇଁ ପରାମର୍ଶ ଦେବା ସହ ଖାତା ଦେଖା ସମୟରେ ସମସ୍ତ ତୃଟିକୁ ଧ୍ୟାନରେ ରଖାଯିବ ବୋଲି ସେ କହିଛନ୍ତି । ତେବେ ଦୁଇଟି ସେଟରେ ରହିଛି ସମାନ ପ୍ରଶ୍ନ ଏବଂ ୧୯ ନମ୍ବର ପ୍ରଶ୍ନ ନାହିଁ ।
ମାଟ୍ରିକ ପରୀକ୍ଷା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି ରହିଛି । ଇତିହାସ ଏବଂ ଭୂଗୋଳ ପ୍ରଶ୍ନ ପତ୍ରରେ B'ସେଟରେ A'ସେଟ୍ ପ୍ରଶ୍ନ ପ୍ରିଣ୍ଟ ହୋଇଛି । ଉଭୟ ବିଷୟରେ ମୁଦ୍ରଣ ଜନିତ ତ୍ରୁଟି ରହିଛି । ଯାହାକୁ ନେଇ ବୋର୍ଡ ସଭାପତି ରାମଶିଷ ହାଜରା କହିଛନ୍ତି ଯେ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚିନ୍ତିତ ହୁଅନ୍ତୁ ନାହିଁ ଏବଂ ଆଉ ଥରେ ମଧ୍ୟ ପରୀକ୍ଷା ଦେବା ଆବଶ୍ୟକ ନାହିଁ ଖାତା ଦେଖାଯିବା ସମୟରେ ପ୍ରଶ୍ନପତ୍ରରେ ରହିଥିବା ତୃଟିକୁ ନଜରରେ ରଖି ମୂଲ୍ୟାଙ୍କନ କରାଯିବ । ସେହିପରି କେଉଁ କାରଣରୁ ପ୍ରଶ୍ନପତ୍ରରେ ତ୍ରୁଟି ରହିଛି ସେ ନେଇ ମଧ୍ୟ ତଦନ୍ତ କରାଯିବ ଏବଂ ଏପରି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି । ମୋଟ୍ ୭୦ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏପରି ତ୍ରୁଟି ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications