ସମ୍ବାଦ ଉପରେରେ ଚଢାଉ ନେଇ ସୂଚନା ଦେଲା EOW: ବିଭିନ୍ନ ଦଫାରେ ମାମଲା ରୁଜୁ

ଦୈନିକ ଖବର କାଗଜ ସମ୍ବାଦ ଉପରେରେ ଚଢାଉ ନେଇ ସୂଚନା ଦେଲା EOW । ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଚଢାଉ କରିଥିଲା EOW । କର୍ମଚାରୀଙ୍କ ନାଁରେ ସମ୍ବାଦ ବଳପୂର୍ବକ ଲୋନ୍‌ ଉଠାଉଥିବା ଅଭିଯୋଗ ହୋଇଛି ।

ଚଢାଉରେ ସମ୍ବାଦ ଅଫିସ୍‌ରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ ହୋଇଛି । ସମ୍ବାଦ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଦଫା ୫୦୬,୪୬୬, ୪୬୮, ୪୬୧,୪୨୦,୧୨୦Bରେ ମାମଲା ରୁଜୁ ହୋଇଛି । ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ କରିଛନ୍ତି ଯେ ସମ୍ବାଦ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଇଛି ।

ପ୍ରାୟ ୩୦୦ କମର୍ଚାରୀଙ୍କ ନାଁରେ ବଳପୂର୍ବକ ଲୋନ୍ ଉଠାଯାଇଥିବା ଅଭିଯୋଗ ହୋଇଛି ।କର୍ମଚାରୀଙ୍କ ନାଁରେ ପ୍ରାୟ ୫୦ କୋଟି ଟଙ୍କା ଲୋନ୍ ଉଠାଯାଇଛି । ଆହୁରି ୧୫ରୁ ୨୦ ପୂର୍ବତନ କର୍ମଚାରୀ ଅଭିଯୋଗ ଲାଗି ଆଗେଇ ଆସିଲେଣି ବୋଲି ସୂଚନା ମିଳିଛି ।

eow

ସମ୍ବାଦ ସିଇଓ କମଳାକାନ୍ତ ମହାପାତ୍ରଙ୍କୁ ବି ପଚରାଉଚରା କରିଛି EOW । ପଚରାଉଚରା ପରେ EOW ଅଫିସରୁ ବାହାରିଲେ ସମ୍ବାଦ ସିଇଓ । EOW ଅଫିସରେ ସିଇଓଙ୍କୁ ଡିଏସପି ପଚରାଉଚରା କରିଥିଲେ । ସେପଟେ ସମ୍ବାଦ ଉପରେ EOW ର ଜେରକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି ।

ଲୋନ୍ ଠକେଇ ମାମଲାରେ ଚଢାଉ କରିଛି EOW । HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ ହୋଇଥିଲା । ନୋଟିସ୍ ସତ୍ତ୍ୱେ EOWରେ ହାଜର ହୋଇନଥିଲେ ବୈଜୟନ୍ତୀ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବୈଜୟନ୍ତୀ କରଙ୍କ ବିରୋଧରେ ଦଫା '୪୨୦' ଲଗାଇଛି ଅର୍ଥନୈତିକ ଅପରାଧ ଶାଖା। ଏହା ସହିତ ଉଭୟଙ୍କ ବିରୋଧରେ ଧମକଚମକ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜାଲିଆତି କରି ଜାଲ ଦସ୍ତାବିଜ ପ୍ରସ୍ତୁତ କରିବା, କାର୍ଯ୍ୟ ହାସଲ ପାଇଁ ଜାଲ ଦସ୍ତାବିଜ ବ୍ୟବହାର କରିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ୫୦୬, ୪୬୭, ୪୬୮, ୪୭୧, ୧୨୦ (ଖ) ଓ ୪୨୦ ଧାରାରେ ମାମଲା ରୁଜୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+