ରାଜ୍ୟରେ ଜଳୁଛି କେତେ ଜଙ୍ଗଲ ? କେତେ ଲିଭିଛି ?: ଜାଣନ୍ତୁ, ଜଙ୍ଗଲ ନିଆଁକୁ ନେଇ କ’ଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ...

ରାଜ୍ୟରେ ଜଳୁଛି କେତେ ଜଙ୍ଗଲ ? କେତେ ଲିଭିଛି ? ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଜଙ୍ଗଲ ନିଆଁ ପ୍ରସଙ୍ଗକୁ ନେଇ ସରଗରମ ହୋଇଥିଲା ଗୃହ ।

Odisha Forest Fire

ଭୁବନେଶ୍ବର: ରାଜ୍ୟରେ ଜଳୁଛି କେତେ ଜଙ୍ଗଲ ? କେତେ ଲିଭିଛି ? ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଜଙ୍ଗଲ ନିଆଁ ପ୍ରସଙ୍ଗକୁ ନେଇ ସରଗରମ ହୋଇଥିଲା ଗୃହ । ଯାହାର ଉତ୍ତର ରଖିଥିଲେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ପ୍ରଦୀପ ଅମାତ ।

ମନ୍ତ୍ରୀ କହିଛନ୍ତି ଯେ, ସାଟେଲାଇଟରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି, ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ୨୦୨ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ଚିହ୍ନଟ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜି ଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଗତ ନଭେମ୍ବରରୁ ଏପର୍ଯ୍ୟନ୍ତ କେବେ ବି ବଡ଼ ଧରଣର ବନାଗ୍ନି ସଂଖ୍ୟା ୨୦୦ ଛୁଇଁ ନଥିଲା । ଗତକାଲି ସୁଦ୍ଧା ୨ ହଜାର ୧୯୨ଟି ସ୍ଥାନରେ ନିଆଁ ଲାଗିଥିଲା । ଆଉ ଏବେ ସୁଦ୍ଧା ୨୦୭୮ଟି ସ୍ଥାନରେ ନିଆଁ ଲିଭା ଯାଇଛି । ପିସିସିଏଫ ନିଆଁ ଲିଭାର ଫଟୋ ଜାରି କରି ଏହି ସୂଚନା ଦେଇଛି । ସେପଟେ ପ୍ରାୟ ୯୫ ପ୍ରତିଶତ ନିଆଁକୁ ଆୟତ କରାଯାଇଥିବା ସୂଚନା ଦେଇଛି ବନ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+