Get Updates
Get notified of breaking news, exclusive insights, and must-see stories!

ଇଂଲଣ୍ଡ ପ୍ରଥମ ପାଳିରେ ୩୮୭ ରନରେ ଅଲଆଉଟ୍ ; ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୧୪୫ / ୩

ଇଂଲଣ୍ଡ ପ୍ରଥମ ପାଳିରେ ୩୮୭ ରନ୍ କରି ଅଲ ଆଉଟ୍ ହୋଇଛି । ଜବାବରେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୧୪୫ ରନ୍‌ରେ ୩ ୱିକେଟ୍ ହରାଇ ୨୪୨ ରନ୍‌ ପଛରେ ରହିଛି।

ଶୁକ୍ରବାର ଦ୍ବିତୀୟ ଦିନ ସକାଳେ ଇଂଲଣ୍ଡ ୨୫୧/୪ରୁ ଖେଳିବା ମାତ୍ରେ ଜୋ ରୁଟ୍‌ ତାଙ୍କ ଶତକ ପୂର୍ଣ୍ଣ କରି ନେଇଥିଲେ। ଲର୍ଡସରେ ଅଷ୍ଟମ ଓ କ୍ରମାଗତ ତୃତୀୟ ଶତକ ସହ ରେକର୍ଡ ବୁକ୍‌ରେ ବି ନାମ ସାମିଲ କରି ନେଇଥିଲେ। ଅନ୍ୟପଟେ କିନ୍ତୁ ଯଶପ୍ରୀତ୍ ବୁମରା ନିଜକୁ ପ୍ରମାଣିତ କରିଥିଲେ ସେ କାହିଁକି ବିଶ୍ବର ଏକ ନମ୍ବର ବୋଲର। ପୂର୍ବ ଦିନ ଅପରାହ୍ଣରେ ହ୍ୟାରି ବ୍ରୁକ୍‌ଙ୍କୁ ବୋଲ୍ଡ କରିବା ଭଳି ଶୁକ୍ରବାର ସେ‌ ବେନ୍ ଷ୍ଟୋକ୍ସ ଓ ଜୋ ରୁଟ୍‌ଙ୍କ ଷ୍ଟମ୍ପ୍ସ ମଧ୍ୟ ଭାଙ୍ଗିଥିଲେ।

କ୍ରିସ୍ ଓକ୍ସଙ୍କୁ ମଧ୍ୟ ଗୋଲ୍‌ଡେନ୍ ଡକ୍‌ରେ ଶିକାର କରିଥିଲେ। ଜୋଫ୍ରା ଆର୍ଚରଙ୍କୁ ବୋଲ୍ଡ କରି ଐତିହାସିକ ଲର୍ଡସରେ ୫ ୱିକେଟ୍‌ ସଫଳତା ସ୍ବପ୍ନକୁ ସାକାର କରିଥିଲେ। ଏଥି ସହିତ କପିଳ ଦେବଙ୍କ ନାମରେ ଥିବା ଦେଶ ବାହାରେ ୧୨ ଥର ୫ ୱିକେଟ୍ ସଫଳତାକୁ ପଛରେ ପକାଇ ଦେଇଥିଲେ । ଦେଶ ବାହାରେ କପିଳ ୬୬ ଟେଷ୍ଟ୍‌ରୁ ୧୨ ଥର ୫ ୱିକେଟ୍ ସଫଳତା ପାଇଥିବା ବେଳେ ବୁମ୍‌ରା କିନ୍ତୁ ମାତ୍ର ୩୫ ଟେଷ୍ଟ୍‌ରୁ ୧୩ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି ।

England all out for 387 in the first innings

ଏହି ତାଲିକାରେ ଅନୀଲ କୁମ୍ବଲେ (୧୦) ଓ ଈଶାନ୍ତ ଶର୍ମା (୯)ଙ୍କ ନାମ ବି ରହିଛି। ବୁମରା ମଧ୍ୟ ‌ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ଦେଶରେ ୧୧ ଥର ୫ ୱିକେଟ୍‌ ସଫଳତା ଅର୍ଜନ କରି ପାକିସ୍ତାନର ୱାସିମ୍ ଆକ୍ରମଙ୍କ ସମକକ୍ଷ ହୋଇଛନ୍ତି। ୩୧ ବର୍ଷୀୟ ବୁମ୍‌ରା ତାଙ୍କ ୪୭ ଟେଷ୍ଟ୍ ଜୀବନରେ ୨୧୫ ୱିକେଟ୍‌ ନେଇ ସମସ୍ତଙ୍କୁ ପଛରେ ପକାଇଛନ୍ତି। ଶୁକ୍ରବାର ବୁମ୍‌ରାଙ୍କ ବ୍ୟତୀତ ଅନ୍ୟ ୨ ୱିକେଟ୍ ନେଇଥିଲେ ମହମ୍ମଦ ସିରାଜ। କିନ୍ତୁ ଏକାଧିକ କ୍ୟାଚ୍‌ ହାତଛଡ଼ା କାରଣରୁ ସେ ଅଧିକ ୱିକେଟ୍ ଅର୍ଜନରେ ବିଫଳ ହୋଇଥିଲେ। କିନ୍ତୁ ଯେଉଁ ଦୁଇ ବ୍ୟାଟର୍‌ (ଜାମି ସ୍ମିଥ୍ ଓ ବ୍ରାଏଡନ୍ କାର୍ସ)ଙ୍କ କ୍ୟାଚ୍‌ ହାତଛଡ଼ା ହୋଇଥିଲା ସେମାନେ ଅର୍ଦ୍ଧଶତକ ହାସଲ କରିବା ପରେ ସେ ତାଙ୍କ ୱିକେଟ୍‌ ଦଖଲ କରିଥିଲେ। ସ୍ମିଥ୍‌ ଓ କାର୍ସ ଅଷ୍ଟମ ୱିକେଟ୍‌ ପାଇଁ ୮୪ ରନ୍ ଯୋଡ଼ିବା ଭାରତକୁ ଦୃଢ଼ ସ୍ଥିତିରୁ ବାହାରେ ରଖିଥିଲା।
ଭାରତ ପାଳି ବି ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଥିଲା। ଜୟସ୍ବାଲ ପ୍ରଥମ ଓଭରରେ କ୍ରିସ୍ ୱିକ୍ସଙ୍କଠାରୁ ୩ ଚୌକା ସହ ୧୩ ରନ୍ ଆଦାୟ କରିଥିଲେ ମଧ୍ୟ ପରବର୍ତ୍ତୀ ଓଭରରେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ସ୍ଲିପ୍‌ରେ କ୍ୟାଚ୍ ନେଇଥିଲେ ବ୍ରୁକ୍‌। କରୁଣ ନାୟର (୬୨ ବଲ୍‌ରୁ ୪୦ ରନ୍) ବି ପ୍ରଥମ ସ୍ଲିପ୍‌ରେ ରୁଟ୍‌ଙ୍କ ଚମତ୍କାର କ୍ୟାଚ୍‌ କାରଣରୁ ପୁଣି ଥରେ ଭଲ ଆରମ୍ଭକୁ ବଡ଼ ପାଳିରେ ରୂପାନ୍ତର କରିପାରି ନଥିଲେ। କ୍ରିସ୍ ଓକ୍ସ ତାଙ୍କ ଦ୍ବିତୀୟ ସ୍ପେଲ୍‌ରେ ଅଧିନାୟକ ଶୁବମନ ଗିଲ୍ (୧୬)ଙ୍କୁ ଆଉଟ୍ କରି ଶକ୍ତ ଝଟ୍‌କା ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୧୨.୩ ଓଭରରେ ୩୮୭/୧୦ (‌ଜୋ ରୁଟ୍‌-୧୦୪, ବ୍ରାଏଡନ୍ କାର୍ସ-୫୬, ଜାମି ସ୍ମିଥ୍-୫୧, ବେନ୍ ‌ଷ୍ଟୋକ୍ସ-୪୪, ଯଶପ୍ରୀତ୍ ବୁମ୍‌ରା-୫/୭୪, ନୀତୀଶ କୁମାର ରେଡ୍ଡୀ-୨/୬୨, ମହମ୍ମଦ ସିରାଜ-୨/୮୫, ରବୀନ୍ଦ୍ର ଜାଡ଼େଜା-୧/୨୯)। ଭାରତ ପ୍ରଥମ ପାଳି: ୪୩ ଓଭରରେ ୧୪୫/୩ (କେଏଲ୍ ରାହୁଲ-୫୩*, କରୁଣ ନାୟର-୪୦, ଋଷଭ ପନ୍ତ୍‌-୧୯*, ଶୁବମନ ଗିଲ୍‌-୧୬, ଯଶସ୍ବୀ ଜୟସ୍ବାଲ-୧୩, ବେନ୍ ‌ଷ୍ଟୋକ୍ସ-୧/୧୬,‌ ଜୋଫ୍ରା ଆର୍ଚର-୧/୨୨, କ୍ରିସ୍ ଓକ୍ସ-୧/୫୬)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+