ଯନ୍ତ୍ରୀଙ୍କୁ ପରିଶ୍ରା ପିଆଇ ଦେଲେ ପିଅନ!
ଆର୍. ଉଦୟଗିରିର ଗ୍ରାମୀଣ ଜଳ ଯୋଗଣ ଏବଂ ପରିମଳ (ଆରଡବ୍ଲୁଏସଏସ) ବିଭାଗୀୟ ଯନ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପାଣି ବଦଳରେ ପିଅନ ତାଙ୍କୁ ପରିସ୍ରା ପିଆଇ ଦେଇଥିବା ଯନ୍ତ୍ରୀ ଅଭିଯୋଗ କରିଛନ୍ତି।

ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗଦେଇଥିଲେ ଯନ୍ତ୍ରୀ ସଚିନ ଗୌଡ଼। ୨୩ରେ ଯନ୍ତ୍ରୀ ଜଣକ ନିଜ ସରକାରୀ ବାସଭବନରେ ଖାଇ ସାରିବା ପରେ ବୋତଲରେ ଥିବା ପାଣି ଭାବି ପିଇଥିଲେ। ତେବେ ପିଇବା ପରେ ସେ ତାହା ପରୀକ୍ଷା କରି କଣିବାକୁ ପାଇଲେ ପରିସ୍ରା ବୋଲି। ଏହା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଏନେଇ ଆର୍.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ ସଚିନ ଗୌଡ଼। ତେବେ ଏତଲା ପାଇବା ପରେ ପୋଲିସ ଏବେ ତଦନ୍ତ ଚଳାଇଛି । ଏବେ ଏହି ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।












Click it and Unblock the Notifications