ବାଲେଶ୍ୱରରେ ବାତ୍ୟା ପୂର୍ବବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଶକ୍ତିମନ୍ତ୍ରୀ
ବାତ୍ୟା ୟଶ ପାଇଁ ବାଲେଶ୍ୱରରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ବାଲେଶ୍ୱର ଜିଲ୍ଲାପାଳ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମିଶି ବାଲେଶ୍ୱରରେ ବାତ୍ୟା ପୂର୍ବବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ।
ବାଲେଶ୍ୱର: ବାତ୍ୟା ୟଶ ପାଇଁ ବାଲେଶ୍ୱରରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ବାଲେଶ୍ୱର ଜିଲ୍ଲାପାଳ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମିଶି ବାଲେଶ୍ୱରରେ ବାତ୍ୟା ପୂର୍ବବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ । ଜିଲ୍ଲାରେ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ପାଣି, ଖାଦ୍ୟ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ଟୋଲଫ୍ରି ନମ୍ବର ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଲକ୍ଷ୍ମଣନାଥ ଟୋଲ ଗେଟ ଠାରୁ ପାଣି କୋଇଲି ଯାଏଁ ଯାତାୟତ ବନ୍ଦ ରହିଛି।

କୋଭିଡ଼ ହସ୍ପିଟାଲକୁ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ପ୍ରାଥମିକତା ଦିଆଯିବ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ବାତ୍ୟା ପୂର୍ବରୁ ୯ଟି କୋଭିଡ଼ ହସ୍ପିଟାଲରେ ଥିଲା ୧୮ଟି ଜେନେରେଟର । ବାତ୍ୟା ପାଇଁ ପୁଣି ଆଉ ୯ଟି ଜେନେରେଟର ବ୍ୟବସ୍ଥା କରାଯାଇଛି । ବିପର୍ଯ୍ୟୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।
ବାଲେଶ୍ୱରରେ ସମସ୍ତ ବାତ୍ୟା ଆଶ୍ରୟୀ ସ୍ଥଳ ମାନଙ୍କରେ ମନିଟର ଚାଲିଛି। ସରକାରୀ ଜଳ ପମ୍ପ ହାଉସରୁ ଜଳ ଉଠାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବ। ବାତ୍ୟା ସରିବା ପର୍ଯ୍ୟନ୍ତ ବାଲେଶ୍ୱରର ସବୁ ସ୍ଥିତି ନିଜେ ପରଖିବେ ବୋଲି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ। ସେହିପରି ତୁରନ୍ତ କୋଭିଡ ହସ୍ପିଟାଲରେ stand by ଡିଜି, ଜେନେରେଟର, ସହରରେ ବିଦ୍ୟୁତ ସରବରାହ ନେଇ ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଏବଂ ଅନ୍ୟାନ୍ୟ ଘଟଣାରେ ତୁରନ୍ତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଉଭୟ ମନ୍ତ୍ରୀ।












Click it and Unblock the Notifications