ଆରମ୍ଭ ହେଲା ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ବସ୍ତିବାସିନ୍ଦାଙ୍କ ବିରୋଧ

ରାଜଧାନୀ ଉପଖଣ୍ଡ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍‌ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ।

Salia Sahi

ଆଜି ଉଚ୍ଛେଦ ବେଳେ ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା । ସରକାର ଆମକୁ ଘର ଓ ଥଇଥାନ କରିବାକୁ ଦାବି କରି ସାଲିଆ ସାହିର ମହିଳାମାନେ ଧାରଣାରେ ବସିଛନ୍ତି । ପୁଲିସ ଓ ବିଏମସି କର୍ମଚାରୀ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ବସ୍ତିରେ ବୁଲିଛି ବୁଲଡୋଜର । ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥ୍‌ିତି ସୃଷ୍ଟି ହୋଇଛି । ଆଜିଠୁ ୨୪ତାରିଖ ପର୍ଯ୍ୟନ୍ତ ଏଠାରେ ଉଚ୍ଛେଦ କରାଯିବ । ୫୧୭ ଘରକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+