ମାଲକାନଗିରି-ଛତିଶଗଡ ସୀମାରେ ଏନ୍କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ
ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ଟପ୍ କମାଣ୍ଡରଙ୍କ ସମେତ ୨ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏସିଏମ୍ କାବାସୀ ହୁଙ୍ଗା ।
ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ଟପ୍ କମାଣ୍ଡରଙ୍କ ସମେତ ୨ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏସିଏମ୍ କାବାସୀ ହୁଙ୍ଗା । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । କୋଣ୍ଟା ଥାନା ଅନ୍ତର୍ଗତ ମୋମପାଡ ଜଙ୍ଗଲରେ ମାଓବାଦୀ ଏକ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

ସୁକମା ଏସ୍ପି ସୁନୀଲ ଶର୍ମାଙ୍କ ସୂଚନା ଅନୁଯାୟୀ, ଛତିଶଗଡ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ମିଳିତ ଟିମ୍ ଗୋମ୍ପାଡ ଏବଂ କହ୍ନାଇଗୁଡ଼ା ଗାଁ ନିକଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଲାଇଥିଲେ। ଆଜି ସକାଳେ ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉଭୟ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଦୁଇ ନକ୍ସଲଙ୍କ ମୃତଦେହ ମିଳିଥିଲା।
ବର୍ତ୍ତମାନ ସୁଦ୍ଧା ଜଣେ ୨ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଉ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁକମା ଏସ୍ପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।












Click it and Unblock the Notifications