ମାଲକାନଗିରି-ଆନ୍ଧ୍ର ସୀମାରେ ଏନକାଉଣ୍ଟର, ୬ ମାଓବାଦୀ ନିହତ
ମାଲକାନଗିରି ସୀମାନ୍ତରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତକରିଛନ୍ତି ସୁରକ୍ଷାକର
ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତକରିଛନ୍ତି ସୁରକ୍ଷାକର୍ମୀ।

ମାମ୍ପା ଥାନା ଅନ୍ତର୍ଗତ ଦିଗଲିମେଟ୍ଟା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ଆନ୍ଧ୍ର ଗ୍ରେହଣ୍ଡ ବାହିନୀର ଯବାନମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏବେ ମଧ୍ୟ ଏଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଘଟଣାସ୍ଥଳରୁ ପୁଲିସ ବିସ୍ପୋରକ ଓ ବନ୍ଧୁକ ଜବତ କରିଛି ।












Click it and Unblock the Notifications