ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର, ଲୁଟେରା ଆହତ
ପୁଣିଥରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର। ରାତି ଅଧରେ ଭୁବନେଶ୍ୱରରେ ଫୁଟିଲା ଗୁଳି। ପୋଲିସ-ଲୁଟେରା ମଧ୍ୟରେ ଗୁଳି ବିନିମୟ। ଶେଷରେ ପୋଲିସ ଗୁଳିରେ ଗୁରୁତର ହେଲା ଲୁଟେରା ଦୀପକ।

ବଡ଼ଗଡ଼ ଅଞ୍ଚଳରେ ଏଟିଏମ୍ ଲୁଟ୍ ବେଳେ ପୋଲିସ-ଲୁଟେରା ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ। ଆଉ ପରେ ଏମ୍ସରେ ଭର୍ତ୍ତି ହେଲା ଗୁରୁତର ଦୀପକ।
ଯଦି ଦେଖିବା ଦୀପକ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଗତକାଲି ରାତିରେ ପାଟ୍ରୋଲିଂ ବେଳେ ପୋଲିସ ହାବୁଡରେ ପଡିଥିଲା ଲୁଟେରା ଦୀପକ। ଏଟିଏମ୍ ଭାଙ୍ଗି ଲୁଟ୍ କରିବା ସମୟରେ ପୋଲିସ ଆଖିରେ ପଡିଥିଲା।
ଆଉ ଯାହାପରେ ପୋଲିସ-ଲୁଟେରା ମଧ୍ୟରେ ଆରମ୍ଭ ହୋଇଗଲା ଗୁଳି ବିନିମୟ। ଶେଷରେ ପୋଲିସ ଏନକାଉଣ୍ଟରରେ ଘାଇଲା ହେଲା ଲୁଟେରା। କେବଳ ଗତକାଲି ରାତିରେ ନୁହେଁ, କିଛି ଦିନ ପୂର୍ବରୁ ମଧ୍ୟ ପାହାଳ ନିକଟରେ ଠିକ୍ ଏହିପରି ଭାବରେ ଲୁଟ୍ ସମୟରେ ପୋଲିସ-ଲୁଟେରା ଭିତରେ ଗୁଳି ବିନିମୟ ହୋଇଥିଲା। ଏବଂ ପୋଲିସ ଏନକାଉଣ୍ଟରରେ ଲୁଟେରା ଗୁରୁତର ହୋଇଥିଲା।












Click it and Unblock the Notifications