ମାଲକାନଗିରିରେ ଏନ୍କାଉଣ୍ଟର: ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ
ମାଲକାନଗିରି ତୁଲସି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
ମାଲକାନଗିରି: ମାଲକାନଗିରି ତୁଲସି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଯେଉଁମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ରହିଛନ୍ତି ।

ତେବେ ଘଟଣାସ୍ଥଳରୁ ଗୋଟିଏ ଇନସାସ ଓ ଏସଏଲଆର ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । SOG ଏବଂ DVF ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡ଼ିଜି ଅଭୟ ।












Click it and Unblock the Notifications