ରାଜଧାନୀରେ ଆପର୍ଟମେଣ୍ଟ ଲୁଟେରା ଏନକାଉଣ୍ଟର, ଲୁଟେରା ଗୋଡରେ ବାଜିଛି ଗୁଳି
Odisha News: ଭୁବନେଶ୍ୱର ଉପକୁଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର । ଆପର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି । ସକାଳୁ ଲୁଟ୍ ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର ହୋଇଛି । ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ସିରିଜ୍ ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ଏନ୍କାଉଣ୍ଟର ହୋଇଛି । ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖିଥିଲା । ଯାହା ପରେ ଲୁଟେରା ପୋଲିସ ଉପରକୁ ଗୁଳିମାଡ କରିଥିବା ଯାହା ଯବାବ ଦେଇଥିଲା ପୋଲିସ ।

ପୋଲିସର ଗୁଳିରେ ଅର୍ଜୁନର ଗୋଡରେ ଗୁଳି ବାଜିଥିଲା , ଫଳରେ ସେ ଘଟଣାସ୍ଥଳେ ଆହତ ହୋଇ ପଡି ଯାଇଥିଲେ । ଅନ୍ୟ ୪ ଜଣ ଲୁଟେରା ଫେରାର୍ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି । ଅନ୍ୟପକ୍ଷରେ ଅର୍ଜୁନକୁ ଗୁରୁତର ଅବସ୍ଥାରେ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପରେ ତାକୁ ଏମ୍ସ ସ୍ଥାନାନ୍ତପ କରାଯାଇଛି ।












Click it and Unblock the Notifications