ସମନ୍ବିତ କୃଷି ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ଆୟ ଦ୍ବିଗୁଣିତ କରିବ : କୃଷି ମନ୍ତ୍ରୀ
ସମନ୍ବିତ କୃଷି ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷି ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।ଏହି ପରିପ୍ରେକ୍ଷୀରେ କ୍
ଭୁବନେଶ୍ବର: ସମନ୍ବିତ କୃଷି ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ କୃଷି ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମନ୍ବିତ କୃଷି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇଦେବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନ ଠାରେ ବିଭିନ୍ନ ଯୋଜନା ନେଇ ମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି । ବିଭାଗୀୟ ଯୋଜନା ଗୁଡିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି । ସେ ନେଇ ଅଧିକାରୀ ମାନେ ଧ୍ୟାନ ଦେବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମହିଳା ସୟଂ ସହାୟକ ଗୋଷ୍ଠୀ ଏବଂ କୃଷିକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବହୁ ଗୁରୁତର ପଦକ୍ଷେପ ନେଇଛନ୍ତି ।
ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସଂଜୀବ ଚୋପ୍ରା କହିଛନ୍ତି, କୃଷକ ଓଡିଶା ଡାଟାବେସ , ଓଡିଶା ମିଲେଟ ମିଶନ ଓ ଏଗ୍ରିକଲ୍ଚର ପ୍ରଡକ୍ସନ କ୍ଲଷ୍ଟର ସାରା ଦେଶରେ ନିଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି ।ଏହି ସମୀକ୍ଷା ବୈଠକରେ ବିଭାଗୀୟ ସ୍ବତନ୍ତ୍ର ସଚିବ ସଂଜୀବ କୁମାର ଚଢାଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।












Click it and Unblock the Notifications