ମହୁ ମିଶନକୁ ସଶକ୍ତ କରିବା ପାଇଁ ଓଡ଼ିଶାର ହିତାଧିକାରୀଙ୍କୁ ୩୦୦ ମହୁମାଛି ବାକ୍ସ ବଣ୍ଟନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ମହୁ ମିଶନକୁ ସଶକ୍ତ କରିବା ପାଇଁ ଓଡ଼ିଶାର ହିତାଧିକାରୀଙ୍କୁ ୩୦୦ ମହୁମାଛି ବାକ୍ସ ବଣ୍ଟନ କରାଯାଇଛି । ଏହି ଅବସରରେ ଆତ୍ମନିର୍ଭର ଭାରତର ବାର୍ତ୍ତା ପ୍ରଚାର କରି ଶ୍ରୀ କୁମାର କାରିଗରମାନଙ୍କୁ ଯନ୍ତ୍ରପାତି ଓ ଟୁଲକିଟ୍ ସହାୟତା ମାଧ୍ୟମରେ ଦକ୍ଷତାକୁ ସୁଦୃଢ଼ କରିବା ଏବଂ ପାରମ୍ପରିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମହୁମାଛି ବାକ୍ସ, ଇଲେକ୍ଟ୍ରିକ୍ କୁମ୍ଭାର ଚକ, କାଗଜ ମେସିନ୍ ଏବଂ ସାବାଇ ଘାସ ବ୍ୟାନ ନିର୍ମାଣ ଉପକରଣ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଉପଯୁକ୍ତ ଫଳାଫଳ ହାସଲ ପାଇଁ ଦେଶବ୍ୟାପୀ କରାଯାଇଥିବା ସଚେତନତା ମୂଳକ କାର୍ଯ୍ୟ କାରିଗରଙ୍କ ବିକାଶରେ ଆଶାନୁରୂପ ସଫଳତା ପ୍ରଦାନ କରିବ।

empowering Honey Mission

ଏହି ଅବସରରେ ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ମାନ୍ୟବର ଅଧ୍ୟକ୍ଷ ମନୋଜ କୁମାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ୱଦେଶୀ ଉଦ୍ୟୋଗପାଇଁ ଏକ ସହାୟକ ସ୍ତମ୍ଭ ହେବାର ଦୃଢ଼ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ବଲପୁରୀ ଇକାତ, ବୋମକାଇ ସିଲ୍କ, ବ୍ରହ୍ମପୁରୀ ପାଟ ଏବଂ ନବପାଟଣା ଟସର ରେଶମ ଶାଢ଼ି ପାଇଁ ଓଡ଼ିଶା ପ୍ରସିଦ୍ଧ, ପ୍ରତ୍ୟେକଟି ସାଂସ୍କୃତିକ ଐତିହ୍ୟରେ ଥିବା ଅନନ୍ୟ ବୁଣା କୌଶଳ, ଜଟିଳ ଡିଜାଇନ୍ ଏବଂ ଜୀବନ୍ତ ରଙ୍ଗକୁ ପ୍ରତିନିଧିତ୍ୱ କରୁଛି। ଅସୀମ ସମ୍ଭାବନାକୁ ବୁଝି, କେଭିଆଇସି ଆମର ଉତ୍ସର୍ଗୀକୃତ କାରିଗରମାନଙ୍କ ର ହିତ ପାଇଁ ଆଞ୍ଚଳିକ ସୁଯୋଗ ଏବଂ ଆତ୍ମନିର୍ଭର ଭାରତ ଗଠନରେ ସେମାନଙ୍କର ଅତୁଟ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗତ ୯ ବର୍ଷ ମଧ୍ୟରେ କାରିଗରଙ୍କ ମଜୁରିରେ ୨୩୩ ପ୍ରତିଶତରୁ ଅଧିକ ବୃଦ୍ଧି କାରିଗରମାନଙ୍କୁ ଖଦି କାର୍ଯ୍ୟ ପ୍ରତି ଆକୃଷ୍ଟ କରିଛି ବୋଲି ସେ କରିଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅସୀମ ସମର୍ଥନକୁ ଦୋହରାଇ ସେ ତାଙ୍କ ମତ ବ୍ୟକ୍ତ କରିଥିଲେ ଯେ 'ମୋଦୀ ସରକାରଙ୍କ ଗ୍ୟାରେଣ୍ଟି' ସହିତ 'ନୂତନ ଭାରତର ନୂତନ ଖଦି' 'ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ଅଭିଯାନ'କୁ ଏକ ନୂତନ ଦିଗ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଖଦି ଉତ୍ପାଦର ବିକ୍ରି ଚାରି ଗୁଣା ବୃଦ୍ଧି ପାଇଛି, ଯାହା ଗ୍ରାମୀଣ ଭାରତର କାରିଗରମାନଙ୍କୁ ଅର୍ଥନୈତିକ ଭାବେ ସମୃଦ୍ଧ କରିଛି ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମନୋଜ କୁମାର କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଭୋକାଲ୍ ଫର୍ ଲୋକାଲ' ଏବଂ 'ଆତ୍ମନିର୍ଭର ଭାରତ' ମନ୍ତ୍ର ବିଶ୍ୱ ମଞ୍ଚରେ ଖଦିକୁ ସ୍ୱୀକୃତି ଦେଇଛି। ସେ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ 'ସରକାରଙ୍କ ଗ୍ୟାରେଣ୍ଟି' ଯୋଗୁଁ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ପହଂଚ ସ୍ଥାନୀୟ ଅଞ୍ଚଳରୁ ବିଶ୍ୱସ୍ତରକୁ ଚାଲିଯାଇଛି । ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ କାରିଗରମାନଙ୍କୁ ମହୁମାଛି ପାଳନ, ମାଟି କାମ, ଅଗରବତୀ ପ୍ରସ୍ତୁତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଓ ଉପକରଣ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ପାରମ୍ପରିକ ଶିଳ୍ପରେ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ୬୭୦୦ ରୁ ଅଧିକ ବେକାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଇଛି।

ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ କେଭିଆଇସି ଏପର୍ଯ୍ୟନ୍ତ ୨୭ ହଜାରରୁ ଅଧିକ କୁମ୍ଭାର ଭାଇ ଭଉଣୀଙ୍କୁ ବିଦ୍ୟୁତ କୁମ୍ଭାର ଚକ ବଣ୍ଟନ କରିଛି, ଯାହା ୧ ଲକ୍ଷରୁ ଅଧିକ କୁମ୍ଭାରଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ଏହି ଯୋଜନାରେ ୬୦୦୦ ରୁ ଅଧିକ ଟୁଲକିଟ୍ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଥିବା ବେଳେ ମହୁ ମିଶନ ଯୋଜନାରେ ୨ ଲକ୍ଷରୁ ଅଧିକ ମହୁମାଛି ବକ୍ସ ଓ ମହୁମାଛି କଲୋନି ୨୦,୦୦୦ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି।

ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମଇଜିପି), ଓଡ଼ିଶା ବିଷୟରେ ସେ କହିଥିଲେ ଯେ ଗତ ଦଶନ୍ଧି (୨୦୧୪-୨୦୨୪)ରେ ପ୍ରାୟ ୩୦,୦୭୧ ନୂତନ ଶିଳ୍ପ ପ୍ରତିଷ୍ଠା ହୋଇଛି ଏବଂ ପ୍ରାୟ ୨,୪୪,୯୨୩ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ଏଥିରେ ପ୍ରାୟ ୬୧ ପ୍ରତିଶତ ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀ ରହିଛନ୍ତି। ପଟ୍ଟା ଚିତ୍ର ପେଣ୍ଟିଂ ଠାରୁ ଆରମ୍ଭ କରି ବାଉଁଶ କଳା ପର୍ଯ୍ୟନ୍ତ ପାରମ୍ପରିକ କାର୍ଯ୍ୟକଳାପକୁ ଯଥେଷ୍ଟ ସମର୍ଥନ ମିଳିଛି, ଯାହା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହୋଇଛି ।

କେଭିଆଇସି ଅଧ୍ୟକ୍ଷ କହିଛନ୍ତି ଯେ ଓଡ଼ିଶାରେ ଖଦି କ୍ଷେତ୍ରକୁ ଯଥେଷ୍ଟ ସମର୍ଥନ ମିଳିଛି ଏବଂ ଖଦି ବିକାଶ ଯୋଜନା ଅଧୀନରେ ୬୦ରୁ ଅଧିକ ଖଦି ଅନୁଷ୍ଠାନ ମାଧ୍ୟମରେ ୫,୦୦୦ ରୁ ଅଧିକ କାରିଗରଙ୍କୁ ସହାୟତା ମିଳିଛି। ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୩୬ କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଭିତ୍ତିଭୂମି ସହାୟତା ପ୍ରଦାନ କରାଯାଇଛି।

ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ବାଉଁଶ, ପିତ୍ତଳ ଓ ବେଲ ମେଟାଲ, ଅଣକାଠ ଜଙ୍ଗଲ ଜାତ ଦ୍ରବ୍ୟ ସମେତ ବିଭିନ୍ନ କାରିଗରୀକୁ ଅନ୍ତର୍ଭୁକ୍ତ କରି ଏସଏଫୟୁଆରଟିଆଇ ଯୋଜନାରେ ସାତଟି କ୍ଲଷ୍ଟର ପ୍ରତିଷ୍ଠା କରାଯାଇଛି।

ଏହି ଅବସରରେ କେଭିଆଇସିର ବରିଷ୍ଠ ଅଧିକାରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+