Get Updates
Get notified of breaking news, exclusive insights, and must-see stories!

ଆନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ସୁଦର୍ଶନ ପଟ୍ଟନାୟକ

ଆନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ସୁଦର୍ଶନ ପଟ୍ଟନାୟକ, ଟ୍ୱିଟ କରି ଦେଲେ ସୂଚନା

ପୁରୀ: ଆନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ବଞ୍ଚିତ ହେଲେ ସୁଦର୍ଶନ ପଟ୍ଟନାୟକ । ମିଳିନାଲି ଭିସା । ମାସେ ପୂର୍ବରୁ କରିଥିଲେ ଆବେଦନ । ଟ୍ୱିଟ୍ କରି ଅସନ୍ତୋଷ ପ୍ରକାଶ କଲେ । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ବଡ଼ ବଡ଼ ମନ୍ତ୍ରୀ, ଲେଖକ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି । କାନାଡ଼ାରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରୁ ସୁଦର୍ଶନ ପଟ୍ଟନାୟକ ବଞ୍ଚିତ ହେବା ପରେ ବିଦେଶରେ ମଧ୍ୟ ଏନେଇ ଅସନ୍ତୋଷ ଦେଖାଦେଇଛି ।

Sudarshan Pattnaik


ଆସନ୍ତା ୧୫ ତାରିଖରେ କାନାଡ଼ାର ଟରୋଣ୍ଟୋରେ ଏହି ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତା ଆୟୋଜନ ହେବ । ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶରୁ ୨୦ ପ୍ରତିଯୋଗୀ ଭାଗ ନେବେ । ଏହି ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥାନ୍ତେ ସୁଦର୍ଶନ ପଟ୍ଟନାୟକ । ଯେଉଁଥିପାଇଁ ସେ ମାସେ ପୂର୍ବରୁ ଭିସା ପାଇଁ ଆବେଦନ କରିଥିଲେ । ଆଜି ତାଙ୍କର କାନାଡା ଗସ୍ତ କରିବାର ଥିଲା । ହେଲେ ଭିସା ନ ମିଳିବାରୁ କାନାଡା ଯାଇପାରି ନାହାଁନ୍ତି । ଯେଉଁଥିପାଇଁ ସେ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ଟ୍ୱିଟ୍ କରି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି ।


ସେପଟେ ଠିକ୍ ସମୟରେ କାନାଡ଼ାରେ ପହଞ୍ଚି ପାରିନଥିବାରୁ ଆୟୋଜକ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ପ୍ରତିଯୋଗିତାରୁ ବାଦ୍‌ ଦେଇଛନ୍ତି । ଏହି ଘଟଣା ପାଇଁ ଶ୍ରୀ ପଟ୍ଟନାୟକ କାହାକୁ ଦାୟୀ କରିନାହଁନ୍ତି । ଭିସା ପାଇଁ ସେ ଏତେବଡ଼ ପ୍ରତିଯୋଗୀତାରେ ଭାଗ ନେବାରୁ ବଞ୍ଚିତ ହେବାରୁ ନିଜ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଆଗକୁ ଏଭଳି ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ କୌଣସି ବ୍ୟକ୍ତି ସହ ଏଭଳି ଘଟଣା ନ ଘଟୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+