ଏଣିକି ସବୁ ଜରୁରୀକାଳୀନ ସହୟତା ନମ୍ବର 112
ରାଜ୍ୟରେ ଜରୁରୀକାଳୀନ ସହାୟତା ନମ୍ବର 112 କାର୍ଯ୍ୟକ୍ଷମ ହୋଇଛି
ଭୁବନେଶ୍ୱର : ରାଜ୍ୟରେ ଜରୁରୀକାଳୀନ ସହାୟତା ନମ୍ବର 112 କାର୍ଯ୍ୟକ୍ଷମ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପୁଲିସ ସହୟତା ନମ୍ବର 100 ଓ ଅଗ୍ନିଶମ ନମ୍ବର 101କୁ 112 ନମ୍ବର ସହିତ ମିଶ୍ରଣ କରାଯାଇଛି । ପର୍ଯ୍ୟାୟକ୍ରମେ ରାଜ୍ୟରେ ଅନ୍ୟ ସହାୟତା ନମ୍ବର ଗୁଡିକୁ ଏହି 112 ନମ୍ବର ସହିତ ଯୋଡ଼ା ଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଲୋକସେବା ଭବରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା ସହାୟତା ନମ୍ବର ବିଷୟରେ ଆଲୋଚନା ହୋଇଥିଲା ।

ଜରୁରୀକାଳୀନ ସହାୟତା ନମ୍ବର ଗୁଡିକୁ କିପରି ଅଧିକ କ୍ରିୟାଶୀଳ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପୁଲିସ ଓ ଅଗ୍ନିଶମ ନମ୍ବରକୁ ବାଦ୍ ଦେଲେ ରାଜ୍ୟରେ 102- ଜନନୀ ଏକ୍ସପ୍ରେସ୍, 104 କୋଭିଡ ହେଲ୍ପ ଡେସ୍କ, 108 ଆମ୍ବୁଲାନ୍ସ, 181 ମହିଳା ସହାୟତା ନମ୍ବର, 1098 ଶିଶୁ ସହାୟତା ନମ୍ବର ସମେତ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଭିନ୍ନ ନମ୍ବର କାର୍ଯ୍ୟ କରୁଛି । ଆସନ୍ତା ଅଗଷ୍ଟ ସୁଦ୍ଧା ପର୍ଯ୍ୟାୟ କ୍ରମେ ଏହି ନମ୍ବର ଗୁଡିକୁ ଏଥିରେ ସାମିଲ କରାଯିବାକୁ ଲକ୍ଷ ରଖାଯାଇଛି । ଜରୁରୀକାଳୀନ ସହୟତା ବ୍ୟବସ୍ଥା ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଯୟାନବାହାନ ନିଯୁକ୍ତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications